ଭୁବନେଶ୍ୱର ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ଵର ପକ୍ଷରୁ ଭୁବନେଶ୍ଵର ର କେନ୍ଦ୍ରୀୟ କନ୍ଦ ଫସଲ ଅନୁସନ୍ଧାନ କେନ୍ଦ୍ର ଠାରେ ଚାଲିଥିବା ପାଞ୍ଚ ଦିନିଆ ଉଦ୍ୟମ କୃଷି ତାଲିମ୍ କାର୍ଯ୍ୟକ୍ରମ ଶେଷ ହୋଇଛି l ଆଜି ଅହି ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଭାରତୀୟ ଡାଲି ଜାତୀୟ ଶସ୍ୟ ଅନୁସନ୍ଧାନ ସଂସ୍ଥାନ ଖୋର୍ଦ୍ଧା ର ବୈଜ୍ଞାନିକ ଡକ୍ଟର ଆଶିଷ କୁମାର ରାଉତ ଯୋଗ ଦେଇ କୃଷକ ମା ନେ ଉଦ୍ୟୋଗୀ ହୋଇପାରିଲେ ଅଧିକ ଲାଭ ପାଇପାରିବେ ବୋଲି କହିଥିଲେ lକେନ୍ଦ୍ରୀୟ କନ୍ଦ ଫସଲ ଗବେଷଣା କେନ୍ଦ୍ର ଭୁବନେଶ୍ଵର ର ପ୍ରଧାନ ବୈଜ୍ଞାନିକ ଡକ୍ଟର ଏମ୍ ନେଡୁଚେଜିଆନ ଯୋଗ ଦେଇ କନ୍ଦ ଫସଲ ରୁ ମୂଲ୍ୟ ଯୁକ୍ତ ସାମଗ୍ରୀ ପ୍ରସ୍ତୁତ ପାଇଁ ଆଗେ ଇ ଆସିବାକୁ ଆହ୍ବାନ ଦେଇ ଥିଲେ l ବିଜ୍ଞାନ ସଂଚା ରକ ଲକ୍ଷ୍ମୀ ନାରାୟଣ ବକ୍ସି ଯୋଗ ଦେଇ ରାଇଘର, ଉମରକୋଟ, ପାପଡ଼ାହାଣ୍ଡି ଓ ବୋରିଗୁମ୍ମା ବ୍ଲକ ରେ ଡି ବି ଟି କିସାନ୍ କାର୍ଯ୍ୟ କ୍ରମ ମାଧ୍ୟମରେ କ୍ଲଷ୍ଟର ସ୍ଥରରେ ଉଦ୍ୟମ କୃଷି ଉପରେ ଗୁରୁତ୍ୱ ଦେଇଥିଲେ lଏହି କାର୍ଯ୍ୟକ୍ରମ ରେ ଚାର ପ୍ରସ୍ତୁତି,ମହୁ ଚାଷ, ଛତୁ ଚାଷ ବୁନ୍ଦା ଜଳସେଚନ, ଉନ୍ନତ କିସମ ପନିପରିବା ଚାଷ,କନ୍ଦ ଫସଲ ରୁ ମୂଲ୍ୟ ଯୁକ୍ତ ସାମଗ୍ରୀ ପ୍ରସ୍ତୁତି ଉପରେ ତାଲିମ୍ ପ୍ରଦାନ କରାଯଇ ଥିଲା lଏହି କାର୍ଯ୍ୟକ୍ରମ ରେ ପ୍ରଧାନ ବୈଜ୍ଞାନିକ ଡକ୍ଟର ଗୋବିନ୍ଦ ଆଚାର୍ଯ୍ୟ,ବୈଜ୍ଞାନିକ ଡକ୍ଟର ରାଜୀବ କୁମାର ସ୍ବାଇଁ,ବୈଜ୍ଞାନିକ ମାନସ କୁମାର୍ ସାହୁ, ବୈଜ୍ଞାନିକ କାଳିଦାସ ପତି, ବୈଷୟିକ ଅଧିକାରୀ ସୁଶାନ୍ତ କୁମାର ଜଟ, ମୋନଜ କୁମାର ପଟ୍ଟନାୟକ ଓ ଜୟଶ୍ରୀ ଦିକ୍ଷୀତ ପରିଚାଳନା କରିଥିଲେ l
