ଆଇନ ବୁଝାଇଲେ ଆଇନଜୀବୀ, ଚଇତିରେ ଆଇନ ସେବା ପ୍ରାଧିକରଣର ଷ୍ଟଲ

ରାୟଗଡା: (ଅଜିତେଶ ପଟ୍ଟନାୟକ) ରାୟଗଡା ଚଇତି ମହୋତ୍ସବରେ ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ତରଫରୁ ଜିସିଡି ହାଇସ୍କୁଲ ପଡିଆ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକଙ୍କ ଦ୍ୱାରା ଏକ ଷ୍ଟଲ ଉଦଘାଟନ କରାଯାଇଛି  I ଏହି ଉଦଘାଟନୀ ଉତ୍ସବରେ ପରିବାର ଅଦାଲତର ବିଚାରପତି ଶ୍ରୀ ଅମୃତ ରଞ୍ଜନ ନନ୍ଦ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପକ୍ସୋ କୋର୍ଟର ବିଚାରପତି ସୋନାଲି ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ରୀନା ଚୌଧୁରୀ, ବରିଷ୍ଠ ଦଣ୍ଡାଧିକାରୀ ମିନାକ୍ଷୀ ପ୍ରିୟଦର୍ଶୀନି, ରେଜିଷ୍ଟ୍ରାର ଶ୍ରୀ ଦେବିଜ୍ୟୋତି ମହାପାତ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ନିବେଦିତା ପଣ୍ଡା, ମହିଳା କୋର୍ଟର ବିଚାରପତି ସୋନାଲ ଶର୍ମା, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ସୋମ୍ୟରୂପ ସାହୁ, ଉପଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ଗୁରୁଚରଣ ଜେନାମଣୀ, ଗ୍ରାମ୍ୟ ନ୍ୟାୟଧିକାରୀ ଶ୍ରୀମତି ଶୁ୍ଭାସିନୀ ବେହେରା, ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀ ଚନ୍ଦନ ଦେହୁରୀ, ରାୟଗଡା ବାର୍ ଆସୋସିଏସନର ସଂପାଦକଙ୍କ ସମେତ ବହୁ ଓକିଲ, ଜିଲ୍ଲା ଆଇନସେବା ପ୍ରାଧିକରଣର କର୍ମଚାରୀ ଓ ପାରା ଲିଗାଲ ଭଲ୍ୟୁଣ୍ଟର ପ୍ରମୁଖ ଉପସ୍ଥିତ ଥିଲେ I ଏହି ଉତ୍ସବରେ ଜିଲ୍ଲା ଜଜ୍ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକ; ଆଇନସେବା ପ୍ରାଧିକରଣ ଆଭିମୁଖ୍ୟ, ଦାୟିତ୍ବ , କର୍ତ୍ତବ୍ୟ, କେଉଁ ବର୍ଗର ବ୍ୟକ୍ତି ଆଇନ ସେବା ପାଇ ଯୋଗ୍ୟ, ନ୍ୟାୟ ସଯୋଗ, ମାଗଣା ଆଇନ ସେବା, ଲୋକ ଅଦାଲତ, ଆଇନ ସେବା ସମ୍ମଖ କାର୍ଯ୍ୟାଳୟର ଭୂମିକା, ପୀଡିତା କ୍ଷତିପୂରଣ, ମଧ୍ୟସ୍ଥତା କେନ୍ଦ୍ର ଇତ୍ୟାଦି ବିଷୟରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଅବଗତ କରାଇଥିଲେ I ସେହିପରି  ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତି ନିବେଦିତା ପଣ୍ଡା ଘରୋଇ ହିଂସା ନିରୋଧ ଆଇନ, ପାରା ଲିଗାଲ ଭଲ୍ୟୁଣ୍ଟରଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ  ବିଷୟରେ ଆଲୋକପାତ କରିଥିଲେ I ଜିଲ୍ଳା ଆଇନ୍ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଏହି ଉଦଘାଟନୀ କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପରେ ପରିଚାଳିତ କରିଥିଲେ I

You May Also Like

More From Author

+ There are no comments

Add yours