କ୍ଷତିପୂରଣ ପ୍ରଦାନ ନକରିବା ଯାଏ ଅନୁଗୁଳ ଜିଲ୍ଲାପାଳଙ୍କ ଦରମା ବନ୍ଦ

ଶବ୍ଦ ଓଡିଶା ବ୍ୟୁରୋ: ଶନିବାର ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ନକରିବା ଯାଏ ଅନୁଗୁଳ ଜିଲ୍ଲାପାଳଙ୍କ ସମେତ ଦୁଇ ଅଧିକାରୀଙ୍କ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।୬୦ ବର୍ଷ ତଳେ ଜଳସେଚନ ପ୍ରକଳ୍ପ ପାଇଁ ଜାଗା ହରାଇଥିବା ଲୋକଙ୍କୁ ଆଜି ପର‌୍ୟ୍ୟନ୍ତ କ୍ଷତିପୂରଣ ମିଳିପାରିନାହିଁ । ୧୯୬୧ ମସିହାରେ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦାରେ କୁକୁରପେଟା କ୍ଷୁଦ୍ର ଜଳସେଚନ ପ୍ରକଲ୍ପ ପାଇଁ ଜମି ଅଧିଗ୍ରହଣ ହୋଇଥିଲା । ୧୮୮ ପରିବାର ସେତେବେଳେ ଜମି ହରାଇଥିଲେ । ତେବେ ୬ ଦଶନ୍ଧି ପରେ ମଧ୍ୟ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇପାରିନାହିଁ । ଜମି ମାଲିକଙ୍କ ପ୍ରସଙ୍ଗକୁ ଗୁରୁତର ସହ ନେଇ କୋର୍ଟ ଏହି ରାୟ ଶୁଣାଇଛନ୍ତି ।

You May Also Like

More From Author

+ There are no comments

Add yours