ପୁରୁଷ ହକି ବିଶ୍ୱକପ, କ୍ରସଓଭର ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ

ଶବ୍ଦ ଓଡିଶା ବ୍ୟୁରୋ: ପୁରୁଷ ହକି ବିଶ୍ୱକପରେ ଆଜିଠାରୁ ଖେଳାଯିବ କ୍ରସ ଓଭର ମ୍ୟାଚ । ପୂର୍ବରୁ ୪ଟି ଦଳ କ୍ୱାର୍ଟର ଫାଇନାଲରେ ପହଞ୍ଚିସାରିଛନ୍ତି । ଗ୍ରୁପ ପର‌୍ୟ୍ୟାୟରେ ଟପରେ ରହି ଏହି ଦଳ ସିଧାସଳଖ କ୍ୱାର୍ଟରରେ ପହଞ୍ଚିଛନ୍ତି । ସେହିଭଳି ଦ୍ୱିତୀୟ ଏବଂ ତୃତୀୟ ଦଳ ମଧ୍ୟରେ କ୍ରସଓଭର ମ୍ୟାଚ ଖେଳାଯିବ । ଏଥିରେ ବିଜୟୀ ଦଳ କ୍ୱାର୍ଟରକୁ ଉନ୍ନୀତ ହେବ । ଭାରତ ନିଜର କ୍ରସ ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ । ଦଳ ମ୍ୟାଚ ଜିତି ନିଜକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରିବ ।
ଗତ ବିଶ୍ୱକପରେ ଭାରତ କ୍ୱାର୍ଟରରେ ପରାସ୍ତ ହୋଇ ବିଦା ହୋଇଥିଲା । ତେଣୁ ଆଜି ଖେଳାଯିବା ଥିବା ମ୍ୟାଚ ଭାରତୀୟ ଦଳ ପାଇଁ ବେସ ଗୁରୁତ୍ୱପୂର୍ଣ୍ଣ । ତେବେ ଅନ୍ୟ ମ୍ୟାଚରେ ମାଲେସିଆ-ସ୍ପେନ, ଜର୍ମାନୀ-ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା- ଦକ୍ଷିଣ କୋରିଆ ମଧ୍ୟରେ ଅନୁଷ୍ଠିତ ହେବ ।
ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ୍ ତୁଳନାରେ ଭାରତ ଢେର ଭଲ କରିଛି । ଭାରତ ପୁଲ୍ ପର‌୍ୟ୍ୟାୟରେ ସ୍ପେନ୍‌କୁ ୨-୦ରେ, ୱେଲ୍ସକୁ ୪-୨ରେ ପରାସ୍ତ କରିଥିବା ବେଳେ ଇଂଲଣ୍ଡ ସହ‌ ଗୋଲଶୂନ୍ୟ ଡ୍ର’ ରଖିଥିଲା । ନ୍ୟୁଜିଲାଣ୍ଡ କିନ୍ତୁ ୨ଟି ପରାଜୟ ସତ୍ତ୍ବେ ନବାଗତ ଚିଲିକୁ ହରାଇଥିବାରୁ ପୁଲ୍ ‘ସି’ର ତୃତୀୟ ଦଳ ‌‌ହୋଇପାରିଛି ।

You May Also Like

More From Author

+ There are no comments

Add yours