ଆଜିଠାରୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ , ୨୪ ପାଇଁ ପ୍ରସ୍ତୁତ ହେବ ରଣନୀତି

ଶବ୍ଦ ଓଡିଶା ବ୍ୟୁରୋ: ଆଜି ବସିବ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ । ୨୦୨୪ ନିର୍ବାଚନ ପାଇଁ ବିଜେପି ତାର ପ୍ରସ୍ତୁତି ଆରମ୍ଭ କରିବ । କେଉଁ ରଣନୀତି ନେଇ ଦଳ ଆଗାମୀ ନିର୍ବାଚନରେ ମଇଦାନକୁ ଓହ୍ଲାଇବ ସେନେଇ ନେତାଙ୍କ ମଧ୍ୟରେ ଆଲୋଚନା ହେବ । ଗତ ସନ୍ଧ୍ୟାରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ କୋର କମିଟିର ବୈଠକ ଶେଷ ହୋଇଛି ।
ରାଜ୍ୟରେ ବର୍ତ୍ତମାନ ଥିବା ପ୍ରସଙ୍ଗକୁ ନେଇ ଦଳ ଲୋକଙ୍କ ପାଖରେ ପହଞ୍ଚିବ । ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆଇନ ଶୃଙ୍ଖଳା ପରିସ୍ଥିତି, ଚାଷୀ ସମସ୍ୟା ପ୍ରସଙ୍ଗରେ ବିଜେପି ବେସ ଗୁରୁତ୍ୱ ଦେଇଛି । ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂସଲ, ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ, ଦଳର ସାଂସଦ ଏବଂ ବିଧାୟକ ଉପସ୍ଥିତ ରହିବେ ।

You May Also Like

More From Author

+ There are no comments

Add yours