ଆରବିଆଇ ଗଭର୍ଣ୍ଣର ଶକ୍ତି କାନ୍ତ ଦାସ କହିଲେ,ଦେଶରେ ବର୍ଷକ ଭିତରେ ଦ୍ରୁତ ଗତିରେ ବଢିଛି UPI ଟ୍ରାଞ୍ଜାକ୍ସନ

ଶବ୍ଦମିଡ଼ିଆ ବ୍ୟୁରୋ:ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଡିଜିଟାଲ ପେମେଣ୍ଟ କାରବାର। ଏହାକୁ ନେଇ ଭାରତୀୟ ସର୍ବୋଚ୍ଚ ବ୍ୟାଙ୍କ ରିପୋର୍ଟ ଦେଇଛନ୍ତି।ଦେଶରେ ୟୁପିଆଇ(ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍) ପେମେଣ୍ଟ ବଢ଼ିଛି। ଗତବର୍ଷ ଠାରୁ ୟୁପିଆ ପେମେଣ୍ଟରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ଦୈନିକ ନେଣଦେଣ(ଟ୍ରାଞ୍ଜାକ୍ସନ) ୩୬ କୋଟି ପାର୍ କରିଛି। ଯାହା ୨୦୨୨ ଫେବ୍ରୁଆରୀରେ ହୋଇଥିବା ୨୪ କୋଟିରୁ ୪୦ ପ୍ରତିଶତ ଅଧିକ ବୋଲି ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି।

ଭାଲ୍ୟୁ ହିସାବରେ ଦେଖିଲେ ଉକ୍ତ ଅବଧି ଭିତରେ ୟୁପିଆଇ ଟ୍ରାଞ୍ଜାକ୍ସନ ୬.୨୭ ଲକ୍ଷ କୋଟି ହୋଇଛି। ଯାହା ୨୦୨୨ରେ ୫.୩୬ ଲକ୍ଷ କୋଟି ଟଙ୍କାର ଟ୍ରାଞ୍ଜାକ୍ସନ ଠାରୁ ୧୭ ପ୍ରତିଶତ ଅଧିକ। ଡିଜିଟାଲ୍ ପେମେଣ୍ଟ ବିଷୟରେ ଲୋକଙ୍କୁ ସୂଚନା ଦେଇ ଶ୍ରୀ ଦାସ ଏହି ରିପୋର୍ଟ ପ୍ରଦାନ କରିଛନ୍ତି।

ଗତ ୩ ମାସର ହିସାବକୁ ଦେଖିଲେ ଡିସେମ୍ବର ୨୦୨୨ରୁ ପ୍ରତି ମାସ ମୋଟ ମାସିକ ଜିଟିଟାଲ୍ ଟ୍ରାଞ୍ଜାକ୍ସନ ୧୦୦୦ କୋଟି ଟଙ୍କାରୁ ଅଧିକ ରହିଛି। ନିକଟରେ ୯୦,୦୦୦ ଲୋକଙ୍କୁ ନେଇ ପାନ୍ ଇଣ୍ଡିଆ(ଭାରତ ବାହାରେ) ଡିଜିଟାଲ ପେମେଣ୍ଟ ସର୍ଭେ କରାଯାଇଥିଲା। ଏତିରେ ୪୨ ପ୍ରତିଶତ ଲୋକ ଡିଜିଟାଲ୍ ପମେଣ୍ଟ ୟୁଜ୍ କରୁଥିବା ଜଣାପଡ଼ିଥିଲା ବୋଲି ଶ୍ରୀ ଦାସ ସୋମବାର ସୂଚନା ଦେଇଛନ୍ତି।

କେବଳ ଚଳିତ ବର୍ଷ ଜାନୁଆରୀ ମାସରେ ୟୁପିଆଇ ଟ୍ରାଞ୍ଜାକ୍ସନ ୮୦ ୦ କୋଟିରୁ ଅଧିକ ରହିଥିଲା। ନ୍ୟାସ୍‌ନାଲ ଇଲେକ୍ଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର ମାଧ୍ୟମରେ ଫେବ୍ରୁଆରୀ ୨୮ରେ ୩.୧୮ କୋଟିରୁ ଅଧିକ ଟ୍ରାଞ୍ଜାକ୍ସନ ହୋଇଛି। ଯାହା ଦୈନିକ ସର୍ବାଧିକ ଟ୍ରାଞ୍ଜାକ୍ସନ ବୋଲି ଗଭର୍ଣ୍ଣର କହିଛନ୍ତି।

୨୦୧୬ରେ ଲଞ୍ଚ୍ ହୋଇଥିଲା ୟୁପିଆଇ ପେମେଣ୍ଟ

ସୂଚନା ଥାଉକି ୨୦୧୬ରେ ଭାରତରେ ୟୁପିଆଇ ପେମେଣ୍ଟ ଲଞ୍ଚ କରିଥିଲା। ଏହାପରେ ଭାରତୀୟ ଲୋକେ ଏହାକୁ ବହୁଳମାତ୍ରାରେ ବ୍ୟବହାର କରିଥିଲେ। ୟୁପିଆଇ ପେମେଣ୍ଟ ମୋଟ ଡିଜିଟାଲ୍‌ ପେମେଣ୍ଟର ୭୫ ପ୍ରତିଶତ(ଲୋକ ଠୁ ଲୋକ ଓ ଲୋକ ଠାରୁ ମାର୍ଚାଣ୍ଟ ଟ୍ରାଞ୍ଜାକ୍ସନ)

ଗତ ୫ ବର୍ଷରେ ଡିଜିଟାଲ ମେମେଣ୍ଟ ବାର୍ଷିକ ୧୫ ପ୍ରତିଶତ ବଢ଼ିଛି। ୨୦୨୫ ସୁଧା ଦେଶର ସବୁ ନାଗରିକ ଡିଜିଟାଲ ପେମେଣ୍ଟ କରୁ ବୋଲି ଆର୍‌ବାଇର ଲକ୍ଷ୍ୟ ରହିଛି।

କହି ରଖୁଛୁ ଯେ ୟୁପିଆକୁ ଏନ୍‌ସିପିଆଇ ଅପରେଟ କରିଥାଏ। ଭାରତରେ RTGS ଓ NEFT ପେମେଣ୍ଟ ସିଷ୍ଟମ ଅପରେସନ ଆର୍‌ବିଆଇ ପାଖରେ ରହିଥାଏ। IMPS,RuPay, UPI ଭଳି ସିଷ୍ଟମ ନ୍ୟାସ୍‌ନାଲ ପେମେଣ୍ଟ କୋରପରେଶନ ଅଫ୍ ଇଣ୍ଡିଆ(NCPI) ଅପରେଟ୍ କରିଥାଏ। ସରକାର ୨୦୨୦ ଜାନୁଆରୀ ୧ରୁ ୟୁପିଆ ଟ୍ରାଞ୍ଜାକ୍ସନ ପାଇଁ ଜିରୋ ଚାର୍ଜ ଫ୍ରେମ୍‌ୱାର୍କ ବାଧ୍ୟତାମୂଳକ କରିଥିଲେ। ଅର୍ଥାତ୍ ଏହି ୟୁପିଆଇ ଟ୍ରାଞ୍ଜକ୍ସନ ଦ୍ୱାରା ଗ୍ରାହକଙ୍କୁ କୌଣସି ଦେୟ ଦେବାକୁ ପଡ଼ୁ ନାହିଁ।ଏବେ ଭାରତରେ ଡିଜିଟାଲ ପେମେଣ୍ଟ କାରବାର ବଢିଛି ବୋଲି ଏହି ରିପୋର୍ଟ ଆଧାରରେ କୁହାଯାଇପାରିବ।

You May Also Like

More From Author

+ There are no comments

Add yours