ଶ୍ରାବଣର ପ୍ରଥମ ସୋମବାର, ମହାଦେବଙ୍କୁ ଜଳ ଲାଗି କରୁଛନ୍ତି କାଉଡିଆ

ଶବ୍ଦ ଓଡିଶା ବ୍ୟୁରୋ: ଶ୍ରାବଣର ପ୍ରଥମ ସୋମବାର ଆଜି । ହଜାର ହଜାର ଭକ୍ତଙ୍କୁ ନେଇ ପୁରି ଉଠିଛି ବିଭିନ୍ନ ସ୍ଥାନ । ଅନେକ କାଉଡ଼ିଆ କାନ୍ଧରେ କାଉଡ଼ି ଧରି ଲିଙ୍ଗରାଜ ମନ୍ଦିରରେ ବାବଙ୍କୁ ଜଳଲାଗି କରିଛନ୍ତି ।

ଏଥିପାଇଁ ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଥିଲା । ଭୋର ୩ଟାରୁ ମନ୍ଦିର ଦ୍ୱାର ଫିଟା, ସାଢ଼େ ୩ଟାରେ ଆଳତି, ଅବକାଶ ନୀତି ପରେ ଭୋର ୪ଟା ସୁଦ୍ଧା ସାହାଣ ମେଳା ଦର୍ଶନ ବ୍ୟବସ୍ଥା ହୋଇଛି । କାଉଡ଼ିଆ ପାଣି ଢାଳିବା ପର୍ଯ୍ୟନ୍ତ ସାହାଣ ଦର୍ଶନ କରିଛନ୍ତି ।

You May Also Like

More From Author

+ There are no comments

Add yours