ସ୍କୁଲର ପୋଷାକ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଲେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ

ଶବ୍ଦ ଓଡିଶା ବ୍ୟୁରୋ: ବାଣପୁର ବିଜ୍ଞାପିତ ଅଂଚଳର ବିଭିନ୍ନ ସ୍କୁଲର ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଯୋଗଦେଇଥିଲେ। ସେ ସ୍କୁଲପିଲାମାନଙ୍କ ସହ ମିଶିବା ଓ ଶିକ୍ଷାଦାତାଙ୍କ ସହ ସାକ୍ଷାତକାର ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ଆବଶ୍ୟକତା, ସ୍ବାସ୍ଥ୍ୟ ଓ ସ୍ବଚ୍ଛତା ସମ୍ବନ୍ଧରେ ମାର୍ଗଦର୍ଶନ ଦେଇଥିଲେ ।
ଶିକ୍ଷକ ଓ ଅଭିଭାବକଙ୍କ ଅନୁରୋଧକ୍ରମେ ବିଦ୍ୟାଳୟର ଆବଶ୍ୟକୀୟ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଆବଶ୍ୟକୀୟ ଅର୍ଥ ଏନ୍ ଏ ସି. ମାଧ୍ୟମରେ ସଂପନ୍ନ କରିବାର ପ୍ରତିଶୃତି ମଧ୍ୟ ଅଧ୍ୟକ୍ଷ ଦେଇଛନ୍ତି । ସ୍କୁଲ ପରିସରରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରର ସୁବିଧା ଅସୁବିଧା କଣ ରହିଛି ସେ ସବୁର ଅନୁଧ୍ୟାନ ମଧ୍ୟ ଦେଇଥିଲେ । ଅଧ୍ୟକ୍ଷଙ୍କ ଏହି କାର୍ଯ୍ୟକୁ ଅଭିଭାବକ ଓ ବୁଦ୍ଧଜୀବିଙ୍କ ପ୍ରଶଂସା କରିଛନ୍ତି । ଶେଷରେ ଓ୍ବାର୍ଡମାନଙ୍କରେ କରାଯାଉଥିବା କାର୍ଯ୍ୟକ୍ରମର ତଦାରଖ କରିଥିଲେ।

You May Also Like

More From Author

+ There are no comments

Add yours