Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ବିଜେପିର ବରିଷ୍ଠ ନେତା ଡକ୍ଟର ମାଣିକ ସାହା ଆଜି ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଅଗରତାଲାର ସ୍ୱାମୀ ବିବେକାନନ୍ଦ ଗ୍ରାଉଣ୍ଡରେ ଏକ ବିଶାଳ ସମାରୋହରେ ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।ଡକ୍ଟର ସାହା କ୍ରମାଗତ ଦ୍ୱିତୀୟ ଥର ପାଇଁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ମହୋତ୍ସବରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ, ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତାମଙ୍ଗ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ପ୍ରତୀମା ଭୋମିକ, ବିଜେପିର ରାଜ୍ୟସଭା ସାଂସଦ ବିପ୍ଳବ କୁମାର ଦେବ, ପୂର୍ବ ତ୍ରିପୁରା ଲୋକସଭା ସାଂସଦ ରେବତୀ ତ୍ରିପୁରା ପ୍ରମୁଖ ଯୋଗ ଦେଇଥିଲେ।

By

Leave a Reply

Your email address will not be published. Required fields are marked *