Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ଆଧାର-ପାନକୁ ନେଇ ଆସିଛି ବଡ଼ ଖବର।ମାର୍ଚ୍ଚ ୩୧ ମଧ୍ୟରେ ଯଦି ଆଧାର-ପାନ ଲିଙ୍କ ନ କରୁଛନ୍ତି ତେବେ ଆପଣଙ୍କ ପ୍ୟାନ କାର୍ଡ ଅଚଳ ହୋଇଯିବ।ତୁରନ୍ତ ଏହି କାମ ମାର୍ଚ୍ଚ ୩୧ ମଧ୍ୟରେ ସାରନ୍ତୁ।ନହେଲେ ଆପଣଙ୍କୁ ସମସ୍ୟା ସମ୍ନା କରିବାକୁ ପଡିପାରେ।ପୁଞ୍ଜି ବଜାର ନିୟାମକ ସେବି ବୁଧବାର ତାର ସମସ୍ତ ନିବେଶକଙ୍କୁ କହିଛି, ପୁଞ୍ଜି ବଜାରରେ ନିୟମିତ ଏବଂ ସୁଚାରୁ ଭାବେ କାରବାର କରିବା ପାଇଁ ମାର୍ଚ୍ଚ ଶେଷ ସୁଦ୍ଧା ଆଧାର-ପାନ ଲିଙ୍କ କରାଇବା ଜରୁରୀ ।

ସେବି ଏକ ବୟାନରେ କହିଛି, ଏହି ନିୟମର ଅନୁପାଳନ ନ କଲେ ସ୍ଥାୟୀ ଖାତା ସଂଖ୍ୟା (ପାନ୍) ଏବଂ ଆଧାର ଆଉ ଯୋଡି ପାରିବେ ନାହିଁ ଏବଂ ଏହା ପରେ କାରବାରରେ ପ୍ରତିବନ୍ଧକ ଲଗାଯିବ । କେନ୍ଦ୍ରୀ ପ୍ରତ୍ୟକ୍ଷ କର ବୋର୍ଡ (CBDT) ମାର୍ଚ୍ଚ ୨୦୨୨ରେ ଏକ ପତ୍ର ଜାରି କରିଥିଲେ ଯେଉଁଥିରେ ଆଧାର-ପାନ ଲିଙ୍କ କରିବାର ଡେଡ ଲାଇନ ଦିଆ ଯାଇଥିଲା । ଏଥିରେ କୁହାଯାଇଥିଲା, ମାର୍ଚ୍ଚ ୩୧ ସୁଦ୍ଧା ଆଧାର-ପାନ ଲିଙ୍କ ନ କଲେ ଆପଣଙ୍କର ପାନ ନିଷ୍କ୍ରିୟ ହୋଇଯିବ ।

ସେବି ପକ୍ଷରୁ ଆହୁରି କୁହାଯାଇଛି, ପାନ କାର୍ଡ ପ୍ରମୁଖ ପରିଚୟ ପତ୍ର ଅଟେ ଏବଂ ପୁଞ୍ଜି ବଜାରର ସମସ୍ତ କାରବାର ପାଇଁ କେୱାଇସି ଆବଶ୍ୟକତାର ଏହା ଏକ ଅଂଶ ଅଟେ । ତେଣୁ ପଞ୍ଜୀକୃତ ସମସ୍ତ ବ୍ୟକ୍ତି କେୱାଇସି ସୁନିଶ୍ଚିତ କରିବା ଜରୁରୀ । ତେଣୁ ପାନ-ଆଧାର ଲିଙ୍କ କରାଇ ନ ଥିଲେ ତୁରନ୍ତ କରାଇ ନିଅନ୍ତୁ ।

By

Leave a Reply

Your email address will not be published. Required fields are marked *