ସରକାରୀ ମେଡିକାଲରେ ରୋଗୀଙ୍କ ସେବା କରିବେ ଏମ୍ସ ଡାକ୍ତର

ଶବ୍ଦମିଡ଼ିଆ ବ୍ୟୁରୋ:ଦେଶର ସବୁଠାରୁ ବଡ ସରକାରୀ ହସ୍ପିଟାଲ ହେଉଛି ଏମ୍ସ ହସ୍ପିଟାଲ।ସେହି ଏମ୍ସ ହସ୍ପିଟାଲର ଡାକ୍ତରମାନେ ଏବେ ଦିଲ୍ଲୀର ଅନ୍ୟ ସରକାରୀ ହସ୍ପିଟାଲମାନଙ୍କରେ ରୋଗୀମାନଙ୍କ ସେବା କରିବେ।ଏହି ପ୍ରସଙ୍ଗକୁ ନେଇ ଦିଲ୍ଲୀ ଉପରାଜ୍ୟପାଳ ବିକେ ସକସେନା ଦିଲ୍ଲୀର ଅନ୍ୟ ସରକାରୀ ହସ୍ପିଟାଲ ଏବଂ ଏମ୍ସ ହସ୍ପିଟାଲର ମଧ୍ୟରେ ଚିକିତ୍ସା ବ୍ୟବସ୍ଥା ଉନ୍ନତି କରଣ ଏବଂ ବିକଶିତ ହୋଇପାରିବ ଏଥି ନେଇ ଏମ୍ସର ସମସ୍ତ ଅଧିକାରୀଙ୍କ ସହିତ ବୈଠକକରି ଆଲୋଚନା କରିଥିଲେ।ଦିଲ୍ଲୀର ଅନ୍ୟ ସରକାରୀ ହସ୍ପିଟାଲରେ ରୋଗୀ ଚିକିଶ୍ଚିତ ହେଉଥିଲେ ମଧ୍ୟ ଯେଉଁ ରୋଗୀମାନଙ୍କ ସ୍ଥିତି ଗମ୍ଭୀର ରହିଛି ସେମାନେ ଅଭିଜ୍ଞ ଡାକ୍ତର ନଥିବାରୁ ସେମାନେ ଉଚ୍ଚିତ ଚକିତ୍ସା ପାଇପାରୁନାହାନ୍ତି କି ଏମ୍ସ ମେଡିକାଲ ରେ ମଧ୍ୟ ସେହି ରୋଗୀ ମାନେ ଚିକିଶ୍ଚିତ ହୋଇପାରୁନାହାନ୍ତି।ବର୍ତ୍ତମାନ ସମୟରେ ଏବେ ସ୍ଥିତି ଗମ୍ଭୀର ଥିବା ସେହି ରୋଗୀ ମାନଙ୍କୁ ସରକାରୀ ମେଡିକାଲରେ ଚକିତ୍ସା କରିବେ ଏମ୍ସର ଡାକ୍ତର।ସୂଚନା ଅନୁସାରେ ଦିଲ୍ଲୀର ଏମ୍ସରେ ବଢୁଥିବା ଗମ୍ଭୀର ସ୍ଥିତିର ରୋଗୀମାନଙ୍କ ପକ୍ଷେ ଏହା ଅନେକାଂଶରେ ସୁବିଧା ଯୋଗାଇପାରିବ।

ଗମ୍ଭୀର ସ୍ଥିତି ଥିବା ରୋଗୀମାନଙ୍କର ଏମ୍ସରେ ହେବ ଚିକିତ୍ସା — ନୂଆ କରି ତିଆରି ହୋଇଥିବା ସ୍ୱାସ୍ଥ୍ୟ ନିୟମ ଅନୁସାରେ ଏହା ସୁନିଶ୍ଚିତ କରାଯାଇଛି ଯେ ଯେଉଁ ରୋଗୀମାନଙ୍କୁ ପ୍ରାଥମିକ ,ମଧ୍ୟମ ଧରଣର ଚିକିତ୍ସା ଆବଶ୍ୟକ ସେମାନେ ଅନ୍ୟ ମେଡିକାଲକୁ ଯିବେ।ଏହା ହେଲେ ଗମ୍ଭୀର ସ୍ଥିତି ଥିବା ରୋଗୀମାନଙ୍କ ପାଇଁ ଏମ୍ସରେ ପ୍ରଯ୍ୟାପ୍ତ ପରିମାଣରେ ଚକିତ୍ସା ଯୋଗାଇଦିଆଯାଇପାରିବ।ଚିକିଶ୍ଚିତ ହେବାକୁ ଆସିଥିବା ରୋଗୀମାନଙ୍କର କୌଣସି ଅସୁବିଧା ହେବ ନାହିଁ।ଏହି ସୁବିଧାଜନକ ଚକିତ୍ସା ପାଇବା ପାଇଁ ରୋଗୀମାନଙ୍କୁ କଷ୍ଟ ସହିବାକୁ ପଡୁଥିଲା।ଏହା ଭିତରେ ରୋଗୀମାନଙ୍କ ମୃତ୍ୟୁ ମଧ୍ୟ ହୋଇଯାଉଥିଲା।ଏମ୍ସର ଜରୁରୀକାଳୀନ ସେବାରେ ୫.୭ ପ୍ରତିଶତ ରୋଗୀ ଚକିଶ୍ଚିତ ହୋଇପାରିବେ । ଏଲଜିର ରିପୋର୍ଟ ଅନୁସାରେ ଏମ୍ସର ଆପାତକାଳିନ ବିଭାଗରେ ସୁପରସ୍ପେସିଆଲିଷ୍ଟ ଚିକିତ୍ସା ଅଭାବ ଥିବା କାରଣରୁ ଅନ୍ୟ ସରକାରୀ ହସ୍ପିଟାଲରୁ ଗମ୍ଭୀର ସ୍ଥିତି ସମ୍ପନ୍ନ ରୋଗୀ ସମତେ ପ୍ରତିଦିନ ପାଖାପାଖି ୮୬୬ ରୋଗୀ ଏମ୍ସକୁ ଆସିଥାନ୍ତି।ହେଲେ ଏହି ୮୬୬ ଜଣ ଆପାତକାଳୀନ ରୋଗୀଙ୍କ ମଧ୍ୟରୁ କେବଳ ୫୦ ଜଣ(୫.୭) ପ୍ରତିଶତ ରୋଗୀ ଏମ୍ସରେ ଏହି ସୁବିଧା ପାଇପାରିଥାନ୍ତି।ସେହିଭଳି ଯଦି ଅନ୍ୟ ସରକାରୀ ଆପାତକାଳୀନ ରୋଗୀ ସିକତ୍ସା କରିବା ପାଇଁ ଫାଙ୍କା ରହିଥାଏ ତେବେ ଏମ୍ସକୁ ଆସୁଥିବା ରୋଗୀମାନଙ୍କୁ ସେଠାକୁ ପଠାଯିବ ଏବଂ ଚକିତ୍ସା କରାଯିବ ବୋଲି କୁହାଯାଇଛି।

You May Also Like

More From Author

+ There are no comments

Add yours