ବ୍ରିଜ ତଳକୁ ଖସି ପଡିଲା ଭ୍ୟାନ୍, ୨୦ରୁ ଅଧିକ ଲୋକ ଆହତ

ଶବ୍ଦ ଓଡିଶା ବ୍ୟୁରୋ: କାମାକ୍ଷାନଗର ରାମିଆଳ ବ୍ରିଜ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ରିଜରୁ କଳକୁ ଖସିପଡିଲା ଟାଟାଏସି ଭ୍ୟାନ୍ । ଗାଡିରେ ଥିବା ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।
କାମାକ୍ଷାନଗର ଥାନା ଆଳତୁମା ଗ୍ରାମରୁ ଗତକାଲି କୋଟଗରା ଗ୍ରାମକୁ ଏକୋଇସିଆରେ କିର୍ତ୍ତନ କରିବାକୁ ଯାଇ ଆଜି ସମସ୍ତେ ଏକ ଟାଟା ଏସି ଗାଡିରେ ଘରକୁ ଫେରୁଥିଲେ । ଭାରସାମ୍ୟ ହରାଇ ଗାଡିଟି ବ୍ରିଜ ତଳକୁ ଖସିପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡିକୁ ଜବତ କରିଛି ।

You May Also Like

More From Author

+ There are no comments

Add yours