ଶବ୍ଦ ଓଡିଶା ବ୍ୟୁରୋ: ଆରଟିଓଙ୍କ କନ୍ଫରେନ୍ସ ହଲରେ ପୁରୀ ସହରର ବିଭିନ୍ନ ଅଟୋ ଚାଳକ ସଂଘ ସହିତ ମହାସଂଘର ସଭାପତି ଓ ସମ୍ପାଦକମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକରେ ଆରଟିଓ ରବିନ ପଟ୍ଟନାୟକ ଅଧକ୍ଷତା କରିଥିଲେ । ବୈଠକରେ DSP ଟ୍ରାଫିକ, ADDL. IIC ଟ୍ରାଫିକ, AMVI, ପୁରୀ ଅଟୋଚାଳକ ମହାସଂଘର ସଭାପତି ଦୁର୍ଗା ଚରଣ ଖୁଣ୍ଟିଆଙ୍କ ସମେତ ଅନ୍ୟାନ୍ୟ ଅଟୋ ଚାଳକ ସଂଘର ସଭାପତି ଓ ସମ୍ପାଦକ ମାନେ ଉପସ୍ଥିତ ରହିଥିଲେ।
ଆସନ୍ତା ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତ ଶ୍ରୀକ୍ଷେତ୍ରକୁ ଆସିବେ,ସେଥିପାଇଁ କିପରି ଅଟୋ ଚାଳକମାନେ ଶୃଙ୍ଖଳିତ ଭାବେ ଅତିଥିମାନଙ୍କୁ ଅତିଥ୍ୟତା ପ୍ରଦାନ କରିବେ ତାହା ଉପରେ ଦୃଷ୍ଟି ଦେଇ ବିଶେଷ ଆଲୋଚନା ହୋଇଥିଲା। ସେଥିରେ 6 ଗୋଟି ନିୟମ କଡାକଡି ପାଳନ କରିବା ପାଇଁ ଅଟୋ ଚାଳକ ସଂଘମାନେ ପ୍ରତିଶୃତି ଦେଇଛନ୍ତି । ମଦ କିମ୍ବା ଅନ୍ୟାନ୍ୟ ନିଶା ସେବନ କରି ଅଟୋ ଚାଳନା କରିବେ ନାହିଁ, ଅଟୋ ଚଳାଇବା ବେଳେ ମୋବାଇଲ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ, ଅଟୋ ଡ୍ରାଇଭରମାନେ ଆଗରେ କୌଣସି ମହିଳାଙ୍କୁ ବସାଇବେ ନାହିଁ, ଓଭର ଲୋଡ଼ କରି ଯାତ୍ରୀଙ୍କୁ ନେବେନାହିଁ, ଅଧିକ ଭଡା ଆଦାୟ କରିବେ ନାହିଁ ଏବଂ ଆରଟିଓଙ୍କ ଦ୍ୱାରା ପ୍ରଦତ୍ତ ରେଟ ଚାଟ ନିଜ ଅଟୋରେ ଲଗାଇବା ବାଧ୍ୟତାମୂଳକ ଅଟେ।
