ଟ୍ରେନ ବଗିରୁ ନବଜାତ ଶିଶୁପୁତ୍ର ଉଦ୍ଧାର


ଖୋର୍ଦ୍ଧା: ଖୋର୍ଦ୍ଧାରୋଡ ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମ ଠିଆ ହୋଇଥିବା ପ୍ରଶାନ୍ତି ଏକ୍ସପ୍ରେସର ଜେନେରାଲ ବଗିରୁ ଏକ ଶିଶୁ ପୁତ୍ରକୁ ଉଦ୍ଧାର କରିଛି ଆରପିଏଫ । ଶିଶୁଟିକୁ ଉଦ୍ଧାର ପରେ ପ୍ରଥମେ ରେଲଓ୍ବେ ମେଡିକାଲ ଓ ପରେ ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା। ନବଜାତ ଶିଶୁ ପୁତ୍ରଟି ଗୋଟିଏ ଦିନର ହୋଇଥିବା ବେଳେ ତାର ଓଜନ ୩.୨କେଜି । ଶିଶୁ ପୁତ୍ରକୁ ସମସ୍ତ ପ୍ରକାର ଟୀକାକରଣ କରାଯିବା ପରେ ଶିଶୁ ସୁରକ୍ଷା ଅନୁଷ୍ଠାନ ପିପୁଲସ ଫୋରମକୁ ହସ୍ତାନ୍ତର କରାଯାଇଛି । ଏହି ଘଟଣାରେ ରେଲଓ୍ବେ ପୋଲିସ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି।

You May Also Like

More From Author

+ There are no comments

Add yours