Wed. Oct 14th, 2026

ଯଶୋଦା ମା ଫାଉଣ୍ଡେସନ ଆନୁକୁଲ୍ୟରେ ସେବା ହିଁ ସେବା ଅନୁଷ୍ଠାନ ସହାୟତାରେ ସ୍ବପ୍ନ ମନ୍ଦିର (ଜରାଶ୍ରମ) ହଂସପାଳ,ଅଟଳା ଠାରେ ଭାଗବତ ଚର୍ଚ୍ଚା ର ଶୁଭାରମ୍ଭ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଆନ୍ତର୍ଜାତିକ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ଜ୍ୟୋତିର୍ବିଦ ଶ୍ରୀପତି ଆଚାର୍ଯ୍ୟ ଯୋଗ ଦେଇ ଭାଗବତ ମଣିଷ ଜୀଵନକୁ ନିୟନ୍ତ୍ରଣ କରିଥାଏ ଓ ଭାଗବତ ଆଜିର ଦିନରେ ହଜିଯାଇଥିବା ବେଳେ ଯଶୋଦା ମା ଫାଉଣ୍ଡେସନର ଏ ନିଆରା ପ୍ରୟାସକୁ ପ୍ରଶଂସା କରୁଥିଲେ। ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଶିକ୍ଷାବିତ ତଥା ନବଜ୍ୟୋତି କଲେଜର ଅଧ୍ୟକ୍ଷ ଶ୍ରୀ ଶାନ୍ତନୁ ମହାପାତ୍ର କହିଥିଲେ ସମାଜ ଓ ବ୍ୟକ୍ତି ବିଶେଷକୁ ଭାଗବତ ଯୋଡିପାରେ। ଭାଗବତ ହେଉଛି ସମାଜର ଦର୍ପଣ ବୋଲି ଶ୍ରୀ ମହାପାତ୍ର ତାଙ୍କ ଅଭିଭାଷଣରେ କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅଧ୍ୟାପକ ଧ୍ରୁତି ଚରଣ ଏ ପ୍ରୟାସକୁ ସାଧୁବାଦ ଜଣାଇବା ସହ ଏହା ପ୍ରତି ଗ୍ରାମ ଓ ସହରରେ ହେବା ଉଚିତ ବୋଲି ମତ ରଖିଥିଲେ। ଅନ୍ୟତମ ଅତିଥି ଭାବରେ ପୁରୋହିତ। କହିଥିଲେ ଭାଗବତ ଭକ୍ତମାନଙ୍କୁ ଭଗବାନ ସହ ଯୋଡେ। ଏହାର ପ୍ରଚାର ପ୍ରସାର ହେବା ସମାଜ ପାଇଁ ଶୁଭ ସୂଚନା। ଏଥିରେ ସହଯୋଗ କରିଥିବା ପ୍ରୀତମ ମିଶ୍ର, ମୀରୋଜ ମହାରଣା, ପ୍ରଜ୍ଞା,ଅନୁସୟା ବାରିକ,ସୁଜାତା ପଶାୟତ, କନକଲତା ସାହୁ,ଲଳିତ,ସନା ବାବାଙ୍କୁ ଭାଗବତ ପୁସ୍ତକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ପରିଶେଷରେ ଶ୍ରୀମତୀ ଲେଙ୍କା ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଯୁବ ସମାଜସେବୀ ତଥା ସାହିତ୍ୟିକ ଶ୍ରୀ ପ୍ରତ୍ୟୁଷ ଭଞ୍ଜ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏଥିରେ ପ୍ରାୟ ୪୦ ଉର୍ଦ୍ଧ୍ବ ଭାଗବତ ପ୍ରେମୀ ଭକ୍ତ ଯୋଗ ଦେଇଥିଲେ। ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରିଯାଇଥିଲା।

Leave a Reply

Your email address will not be published. Required fields are marked *