ମନ ଇଚ୍ଛା ଖାଉଛନ୍ତି କି ଆଣ୍ଟିବାୟୋଟିକ୍? ଶରୀର ପାଇଁ ସାଜିପାରେ ଘାତକ!

ଶବ୍ଦ ଓଡ଼ିଶା ବ୍ୟୁରୋ: ଆଣ୍ଟିବାୟୋଟିକର ବହୁଳ ବ୍ୟବହାରକୁ ଦେଖି ଆଇଏମଏ ବା ଇଣ୍ଡିଏନ୍ ମେଡିକାଲ୍ ଆସୋସିଏସନ ତରଫରୁ ଦିଆଯାଇଛି ସତର୍କବାଣୀ । ଆଣ୍ଟିବାୟୋଟିକର ପ୍ରଭାବ ସମ୍ପର୍କରେ ଏଥିରେ ସୂଚନା ଦିଆଯାଇଛି । ଆଇଏମଏ ଅନୁସାରେ
-ସାମାନ୍ୟ ଥଣ୍ଡା ଜ୍ୱର ହେଲେ ଆଣ୍ଟିବାୟୋଟିକର ବ୍ୟବହାର କରାଯାଉଛି
-ଭୂତାଣୁ ଜନିତ ରୋଗ ପାଇଁ ଆଣ୍ଟିବାୟୋଟିକର ଆବଶ୍ୟକତା ନାହିଁ
-କେତେ ଡୋଜ୍ ଖାଇବା ଦରକାର ସେ ସମ୍ପର୍କରେ ସାଧାରଣ ଲୋକ ଜାଣିନାହାନ୍ତି
-ରୋଗରୁ ସାମାନ୍ୟ ଆଶ୍ୱସ୍ତି ମିଳିଲେ ବନ୍ଦ କରୁଛନ୍ତି ଔଷଧ
-ଫଳରେ ଉକ୍ତ ଆଣ୍ଟିବାୟୋଟିକ୍ ପ୍ରତିରୋଧକ ଶକ୍ତି ଶରୀରରେ ସୃଷ୍ଟି କରୁଛି
-ପରବର୍ତ୍ତୀ ସମୟରେ ଆଉ କାମ ଦେଉନି ଆଣ୍ଟିବାୟୋଟିକ୍

କରୋନା ସମୟରେ ବିଶ୍ୱରେ ଆଣ୍ଟିବାୟୋଟିକର ବ୍ୟବହାର ବଢିଥିଲା । ପରେ ମଧ୍ୟ ବିନା ଡାକ୍ତରଙ୍କ ପରାମର୍ଶରେ ଲୋକେ ଏହାର ବ୍ୟବହାର କଲେ । ଖାସ୍ କରି ଆଜିଥ୍ରୋମାଇସିନ୍, ଆମୋକ୍ସିକ୍ଲାଭ୍ ଭଳି ଆଣ୍ଟିବାୟୋଟିକର ବ୍ୟବହାର ବଢିଛି । ଅନେକ ଲୋକ ଡାକ୍ତରଙ୍କ ବିନା ପରାମର୍ଶରେ ଓ ଔଷଧ ଦୋକାନୀଙ୍କୁ ପଚାରି ଏହାକୁ ବ୍ୟବହାର କରୁଛନ୍ତି ଯାହା ପରେ ଡାକ୍ତରଙ୍କୁ ଚିକିତ୍ସା ସମୟରେ ଅସୁବିଧାରେ ପକାଉଛି । ଆଇଏମଏ ମତରେ ନିମୋନିଆ ଭଳି ଜଟିଳ ରୋଗରେ ଆଣ୍ଟିବାୟୋଟିକ୍ କାମ କରିବା ବନ୍ଦ କରିଦେଉଛି
କେମିତି ବ୍ୟବହାର କରିବେ ଆଣ୍ଟିବାୟୋଟିକ୍ । ବରିଷ୍ଠ ଚିକିତ୍ସକଙ୍କ ମତରେ
-ସାମାନ୍ୟ ଥଣ୍ଡା ଜ୍ୱର ହେଲେ ଆଣ୍ଟିବାୟୋଟିକ୍ ବ୍ୟବହାର କରନ୍ତୁ ନାହିଁ
-ବିନା ଡକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ ନାହିଁ
-ଭାଇରାଲ୍ ଫିଭର୍ରେ କାମ କରେ ନାହିଁ ଆଣ୍ଟିବାୟୋଟିକ୍
– ଜୀବାଣୁ ଜନିତ ରୋଗ ନହେଲେ ଏହାର ବ୍ୟବହାର ନିଷେଧ

You May Also Like

More From Author

+ There are no comments

Add yours