ଭୁବନେଶ୍ୱର, କଟକରେ ଚିନ୍ତାଜନକ ପରିସ୍ଥିତି. ଇ-ଚାଲାଣକୁ ଖାତିର କରୁନାହାଁନ୍ତି ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀ

ଶବ୍ଦ ଓଡ଼ିଶା ବ୍ୟୁରୋ: ଇ-ଚାଲାଣ ଜରିମାନା ରାଶି ଦେଉନାହାଁନ୍ତି ଅମାନିଆ । କମିଶନରେଟ ପୁଲିସରେ ଭୁବନେଶ୍ୱର କଟକରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଥିବା ଅମାନିଆଙ୍କୁ ଜଗିବା ପାଇଁ ସିସିଟିଭି ଲଗାଯାଇଛି । ଏହି ସିସିଟିଭି ଫୁଟେଜ୍ ଅବା ଟ୍ରାଫିକ ପୁଲିସ ଦ୍ୱାରା ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ନମ୍ବର ଫଟୋ ଉଠାଇ ଇ-ଚାଲାଣ କଟାଯାଉଛି । ହେଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଅମାନିଆ ଏହି ଇ-ଚାଲାଣ ତଥା ଜରିମାନା ରାଶି ପୈଠ କରୁନାହାଁନ୍ତି । ଫଳରେ ଇ-ଚାଲାଣ ବ୍ୟବସ୍ଥା ଏକପ୍ରକାର ପ୍ରହସନ ପାଲଟିଯାଇଛି ।

ଏହି ମାମଲା କୋର୍ଟକୁ ଯାଉଥିଲେ ମଧ୍ୟ କିଛି ସୁଫଳ ମିଳୁନାହଁ । କେବଳ କୋର୍ଟ ଉପରେ ଚାପ ବଢୁଛି । କୋର୍ଟ ଉଲ୍ଲଙ୍ଘନକାରୀଙ୍କୁ ହଜାର ହେବାକୁ ବାରମ୍ବାର ସମନ ପଠାଉଥିଲେ ମଧ୍ୟ କେହି ଏଥିପ୍ରତି ଖାତିର କରୁନାହାଁନ୍ତି । ଫଳରେ କୋର୍ଟ ଚାପଗ୍ରସ୍ତ ହେବା ସହ ଟ୍ରାଫିକ୍ ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି । ଏଭଳି କିଛି ଅମାନିଆ ଅଛନ୍ତି, ଯେଉଁମାନେ ବାରମ୍ବାର ନିୟମ ଉଲ୍ଲଙ୍ଘନ କରୁଥିବାରୁ ତାଙ୍କର ଇ-ଚାଲଣ କଟୁଛି, ହେଲେ ସେମାନେ ଆଦୌ ଜରିମାନା ରାଶି ପୈଠ କରୁନାହାଁନ୍ତି । ଏପରିକି ଜଣେ ବ୍ୟକ୍ତିଙ୍କ ପାଖରୁ ୮୧ ଟି ଇ-ଚାଲାଣ ଯାଇଥିବା ସୂଚନା ମିଳିଛି ।

You May Also Like

More From Author

+ There are no comments

Add yours