Thu. Oct 15th, 2026

ଶବ୍ଦଓଡ଼ିଶା ବ୍ୟୁରୋ:ବିଶ୍ୱରେ ନାଗରିକଙ୍କ ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ।ପ୍ରତେକ ରାଜ୍ୟ ଏବଂ ଦେଶ ବିଶ୍ୱ ନାଗରିକ ଉପରେ ନିର୍ଭର କରିଥାଏ।ଏହି ମାନବ ସମ୍ବଳରୂପୀ ନାଗରିକଙ୍କୁ ନେଇ ବିଶ୍ୱର ବିକାଶ ମାର୍ଗ ଉନ୍ନତି ହୋଇଥାଏ।ତେଣୁ ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ମାର୍ଚ୍ଚ ୧ ତାରିଖକୁ ବିଶ୍ୱ ନାଗରିକ ସୁରକ୍ଷା ଦିବସ ଭାବେ ପାଳନ କରାଯାଇଥାଏ। ୧୯୯୦ରେ ଅନ୍ତର୍ଜାତୀୟ ନାଗରିକ ପ୍ରତିରକ୍ଷା ସଂଗଠନ (ଆଇସିଡିଓ) ଏହି ଦିନକୁ ବିଶ୍ୱସ୍ତରୀୟ ପାଳନ କରିବାକୁ ଘୋଷଣା କରିଥିଲା।

୫୯ଟି ଦେଶ ଆଇସିଡିଓର ସଦସ୍ୟ। ଏହି ସଂଗଠନ ସମ୍ପୃକ୍ତ ସଦସ୍ୟ ଦେଶରେ ନାଗରିକ ପ୍ରତିରକ୍ଷା ବାହିନୀର ମାନବ ସମ୍ବଳ ପରିଚାଳନାରେ ଉନ୍ନତି ଆଣିବା ପାଇଁ ଯଥାସମ୍ଭବ ତାଲିମ କାର୍ଯ୍ୟକ୍ରମ ଚଳାଇଥାଏ।
ଯୁଦ୍ଧ ସମୟରେ ସାଧାରଣ ନାଗରିକ ସୁରକ୍ଷା ସମସ୍ୟା ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ। ୨୮ ମେ ୧୯୩୧ରେ, ଫରାସୀ ସର୍ଜନ-ଜେନେରାଲ ଜର୍ଜ ସେଣ୍ଟ-ପାଲ ପ୍ୟାରିସରେ ‘ଜେନେଭା ଜୋନ’ ଆସୋସିଏଶନ ପ୍ରତିଷ୍ଠା କରିଥିଲେ; ଯାହା ତାଙ୍କୁ ପ୍ରଥମେ ମାନବ ସୁରକ୍ଷା ପାଇଁ ଏହି ଧାରଣା ଦେଇଥିଲା। ଏହି ଜୋନ୍‌ ମୁଖ୍ୟତଃ ମହିଳା, ଶିଶୁ, ବୃଦ୍ଧ ତଥା ରୋଗୀ ଏବଂ ଦିବ୍ୟାଙ୍ଗମାନଙ୍କୁ ଯୁଦ୍ଧ ସମୟରେ ଆଶ୍ରୟ ଦେଉଥିଲା। ୧୯୩୬ ମସିହାରେ ଯେତେବେଳେ ସ୍ପେନରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା, ଆସୋସିଏଶନ ଚାଇନାରେ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପୁନର୍ବାର ଫ୍ରାନ୍ସରେ ଶରଣାର୍ଥୀ ଶିବିର ସ୍ଥାପନ କରିବାକୁ ଆହ୍ବାନ ଦେଇଥିଲା। ୧୯୫୮ ମସିହାରେ ଅନ୍ତର୍ଜାତୀୟ ନାଗରିକ ପ୍ରତିରକ୍ଷା ସଂଗଠନ ଭାବରେ ଆରମ୍ଭ ହେବା ଦିନଠାରୁ, ଆଇସିଡିଓ ଜାତୀୟ ନାଗରିକ ପ୍ରତିରକ୍ଷା ସଂଗଠନ ମଧ୍ୟରେ ଏକ ସେତୁ ସୃଷ୍ଟି କରିବା, ଜନସଂଖ୍ୟା ସୁରକ୍ଷା ଅନୁସନ୍ଧାନ କରିବା ସହ ବିପର୍ଯ୍ୟୟ ପରିଚାଳନା ଏବଂ ପ୍ରତିକ୍ରିୟାର ସମନ୍ବୟ ସମେତ ଅନେକ ଦିଗରେ କାର୍ଯ୍ୟ କରିଆସୁଛି।

By

Leave a Reply

Your email address will not be published. Required fields are marked *