ବିଜେପି କର୍ମୀ-ପୋଲିସ ଗଣ୍ଡଗୋଳ ଘଟଣା:ରାଜ୍ୟ ପୋଲସପ୍ରଶାସନକୁ ନିନ୍ଦା କଲେ ବିଜେପି ବିଧାୟକ ମୋହନ ମାଝି

ଶବ୍ଦଓଡ଼ିଶା ବ୍ୟୁରୋ:ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ମୃତୁର ସିବିଆଇ ତଦନ୍ତ ଦାବି ନେଇ ଆନ୍ଦୋଳନ ସମୟରେ ପୋଲିସ ଓ ବିଜେପି କର୍ମୀ ମାନଙ୍କ ମଧ୍ୟରେ ପ୍ରବଳ ଧସ୍ତା ଧସ୍ତି ହୋଇଥିଲା।ଏହି ଗଣ୍ଡଗୋଳରେ ୨୨ ଜଣ ବିଜେପି କର୍ମୀଙ୍କୁ କୋର୍ଟ ଚାଲଣ କରିଛି କମିଶନରେଟ ପୋଲିସ।ଏହାକୁ ନେଇ ବିଜେପି ବିଧାୟକ ମୋହନ ମାଝି କହିଛନ୍ତି ଯୁବମୋର୍ଚ୍ଚା ଓ ପୋଲିସ ଗଣ୍ଡଗୋଳ ଘଟଣା ନେଇ ରାଜ୍ୟ ପୋଲିସ ପ୍ରଶାସନର ଭୂମିକା ସନ୍ଦେହ ଘେରରେ । ଆହାତ ହୋଇଥିବା ପୋଲିସ ସଂଖ୍ୟା ଜାଣିଶୁଣି ବଢ଼ା ଯାଉନାହିଁ ତ ? ଏପରିକି ଯୁବମୋର୍ଚ୍ଚା କର୍ମୀ ମାନଙ୍କ ବିରୁଦ୍ଧରେ ସଙ୍ଗୀନ ଦଫା ଲଗାଇବା ପାଇଁ ରାଜ୍ୟ ସରକାରଙ୍କର ଏହା ଏକ ଚାଲ୍ ନୁହେଁ ତ ? ପ୍ରକୃତରେ କେତେ ପୋଲିସ ଆହାତ ହୋଇଛନ୍ତି ତାର ଏକ ସଠିକ୍ ଯାଞ୍ଚ ଏମ୍ସର ଫରେନ୍ସିକ ମେଡିସିନ ବିଶେଷଜଙ୍କ ଦ୍ଵାରା ସରକାର କରିବେ କି ?ଏପରିକି ଘଟଣାକୁ ନେଇ ନିନ୍ଦା କରିବା ତ ଦୂରର କଥା ବିବୃତି ଟିଏ ମଧ୍ୟ ଦେଇନଥିଲେ । ମିଛରେ ଆହାତ ଦର୍ଶାଯାଇଥିବା ପୋଲିସକୁ ଦେଖିବା ପାଇଁ ତୁରନ୍ତ ଡିଜି ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ହସ୍ପିଟାଲ ପହଞ୍ଚିବା କଣ ସୂଚାଉଛି ? ବିଜେପି କର୍ମୀଙ୍କୁ ସଙ୍ଗୀନ ଦଫା ଲଗାଇ ଜେଲରେ ପୁରାଇବାର ସରକାରଙ୍କ ପୂର୍ବ ପ୍ରସ୍ତୁତ ଷଡ଼ଯନ୍ତ୍ରର ଇଏ ଅଂଶବିଶେଷ ନୁହେଁ ତ ?ତେଣୁ ଏସବୁ ପ୍ରଶ୍ନ ପରେ ସାଧରଣରେ ପୋଲିସ କର୍ମଚରୀଙ୍କ ଏବଂ ରାଜ୍ୟ ସରକାରଙ୍କ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

You May Also Like

More From Author

+ There are no comments

Add yours