Thu. Oct 15th, 2026

ଶବ୍ଦଓଡ଼ିଶା ବ୍ୟୁରୋ:ପୁରୀ:ପୁରୀ ଜିଲ୍ଲା ଦିବ୍ୟଂଗ ମହାମଞ୍ଚ ତରଫରୁ ଜିଲ୍ଲା ପ୍ରଶାସନ ଓ ସ୍ୱେଛାସେବୀ ସଂଗଠନ ସାମୁଖ୍ୟ ଦି ବେଲ୍ ତରଫରୁ ଆୟୋଜିତ ହୋଇ ଯାଇଛି ବିଶ୍ଵ ହୂଇଲ ଚେୟାର ଦିବସ।ପୁରୀ ଲୋକନାଥ ରୋଡ ସ୍ଥିତ ସିଂହସ୍ଥାନ ମଧୁବୈଶ୍ୟ ସମିତି ଠାରେ ଆୟୋଜିତ ଏହି କାର୍ଯୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଯୋଗ ଦେଇ ଦିବ୍ୟାଂଗ ମାନଙ୍କୁ ହୂଇଲ୍ ଚେୟାର ବଣ୍ଟନ କରିବା ସହିତ ପୁରୀ ଜିଲ୍ଲାର ଭିନ୍ନକ୍ଷମ ମାନଙ୍କ ପାଇଁ ଆଗକୁ ଅନେକ ଯୋଜନା ହାତକୁ ନିଆଯିବ ବୋଲି ସୂଚନା ଦେଇଥିଲେ ।ଏହି ଅବସରରେ ଉପସ୍ଥିତ ଦିବ୍ୟଂଗ ମାନେ ମହମଞ୍ଚ ତରଫରୁ ଜଗନ୍ନାଥ ମନ୍ଦିରକୁ କିପରି ସେମାନେ ସହଜରେ ଯାଇ ଦର୍ଶନ କରିପାରିବେ ସେ ବ୍ୟବସ୍ଥା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ।କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶୁଭ୍ରାଂଶୁ ଶେଖର ମହାରଣା ପୁରୀରେ ପ୍ରଥମ ଥର ପାଇଁ ଏଭଳି ଦିବସର ପାଳନ କରୁଥିବାରୁ ଅନୁଷ୍ଠାନର କର୍ମ କର୍ତ୍ତା ମାନଙ୍କୁ ପ୍ରଶଂସା କରିଥିଲେ ଏବଂ ପୁରୀ ଜିଲ୍ଲା ଦିବ୍ୟାଙ୍ଗ ମାନଙ୍କ ନିଯୁକ୍ତି କ୍ଷେତ୍ର ରେ ଉତ୍ତମ ପ୍ରଦର୍ଶନ କରିଥିବାରୁ ନିକଟରେ ରାଜ୍ୟ ସରକାରଙ୍କ ଦ୍ଵାରା ବେଷ୍ଟ ଏମ୍ପ୍ଲିୟର ଆୱାର୍ଡ଼ ପାଇ ଥିବା ସୂଚନା ଦେଇ ଥିଲେ ଏବଂ ଦିବ୍ୟଂଗ ମାନେ ନିଜକୁ ଅକ୍ଷମ ନ ଭାବି ମନୋବଳ ଦୃଢ଼ କରି ନିଯେ କିପରି ସ୍ବାବଲମ୍ବୀ ହୋଇ ପାରିବେ ସେଥି ପ୍ରତି ପ୍ରଚେଷ୍ଟା କରିବା ଆବଶ୍ୟକ ବୋଲି କହିଥିଲେ।ଦିବ୍ୟଂଗ ମହମଞ୍ଚ ର ଆବାହକ ଅଧ୍ୟକ୍ଷ ଶ୍ରୀ ସିଦ୍ଧାର୍ଥ ରାୟ ସଭାର ସଭାପତିତ୍ବ କରିବା ସହିତ ପୁରୀ ଜିଲ୍ଲା ଦିବ୍ୟଂଗ ମାନଙ୍କୁ ସବୁ ସୁବିଧା ଯୋଗାଇ ଦେବା ପାଇଁ ସୂଚନା ପ୍ରଦାନ ଓ ଡିବ୍ୟଙ୍ଗ ମାନଙ୍କ ଆବଶ୍ୟକତା ପୁରାଣ ପାଇଁ ଖୁବ୍ ଶୀଘ୍ର ମଞ୍ଚ ତରଫରୁ ଏକ ଆପ ଲଂଚ କରିବା ବ୍ୟବସ୍ଥା ହେଉଚି ବୋଲି ସୂଚନା ଦେଇଥିଲେ।ଏହି ଅବସରରେ ହୁଇଲ ଚିଆର୍ ପାଇଁ ଥିବା ଦିବ୍ୟଂଗ ମାନଙ୍କ ମଧ୍ୟରେ ମିଉଜିକ୍ ଚେଆର୍ ପ୍ରତିଯୋଗିତା କରାଯିବା ସହିତ ଅନୁଷ୍ଠାନ ତରଫରୁ ମହମାଞ୍ଚ ନଗର ସଂଚାଳକ ଶ୍ରୀ ପ୍ରଶାନ୍ତ କୁମାର ନାୟକ ଙ୍କୁ ଓ ମଧୁ ବୈଶ୍ୟ ସଂସ୍ଥା ପୁରୀ ର ସଭାପତି ଶ୍ରୀ ବିମଳ ପ୍ରସାଦ ସାହୁ ଙ୍କୁ ସମ୍ମାନିତ କରାଯାଇ ଥିଲା।ଏହି କାର୍ଯ୍ୟ କ୍ରମକୁ ମହାମଞ୍ଚ ସଂଗଠନ ସମ୍ପାଦିକା ଶ୍ରୀମତୀ ଗଜଲକ୍ଷ୍ମୀ ରାୟ,ଦି ବେଲ୍ ର ସୁକାନ୍ତ ପଣ୍ଡା, ରାଜକିଶୋର ପାତ୍ର, ବ୍ରଜକିଶୋର ସାହୁ, ସତ୍ୟନାରାୟଣ ସାହୁ, ଦେବରାଜ ଦାସ, ଟିକିନା ପ୍ରଧାନ, ବନିତା ଦୀକ୍ଷିତ, ପାର୍ବତୀ ରଭା, ବନିତା ଲେଙ୍କା ପ୍ରମୁଖ ପରିଚାଳନା କରିଥିଲେ।

By

Leave a Reply

Your email address will not be published. Required fields are marked *