Thu. Oct 15th, 2026

ଶବ୍ଦଓଡ଼ିଶା ବ୍ୟୁରୋ:

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଅଧିନ ଫୁଣ୍ଡେଲପଡା ଗ୍ରାମରେ ଡମୁ ଗୌଡ଼ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଗତ ମଙ୍ଗଳବାର ରାତିରେ ଘର ପଛ ପଟ କାନ୍ଥ ଭାଙ୍ଗି ଘରେ ଥିବା 50 ହଜାର ଟଙ୍କା ନେଇ ଯାଇଛନ୍ତି।ଏ ନେଇ ଘର ମାଲିକ ଡମୁ ଗୌଡ଼ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି l ଏ ନେଇ ଚନ୍ଦାହାଣ୍ଡି ଥାନା କେସ ନଂ ୩୨/୨୩ଅନୁସାରେ ଏକ ମାମଲା ରୁଜ୍ଜୁ କରି ଏହାର ତଦନ୍ତଭାର ଏଏସଆଇ ହୃଷିକେଶ ପଟେଲକୁ ଦେବା ସହ ଆସନ୍ତା କାଲି ଡ଼ଗ ସ୍କ୍ୱାଡ଼ ଦ୍ୱାରା ତଦନ୍ତ କରା ଯିବ ବୋଲି ସେ ସୂଚନା ଦେଇଛନ୍ତି l ଏହାର ଉପଯୁକ୍ତତଦନ୍ତ କରି ଖୁବ ଶୀଘ୍ର ପଦକ୍ଷେପ ନେବା କୁ ସାଧାରଣ ରେ ଦାବୀ କରାଯାଇଛି lପୋଲିସ ସୂତ୍ର ଅନୁସାରେ ଫୁଣ୍ଡେଳପଡା ଗ୍ରାମର ଡମୁ ଗୌଡ଼ (୫୨) l ଘର ଖଣ୍ଡିକ ତିଆରି କରିବା ପାଇଁ ନିଜର ଛେଳି ବିକ୍ରୀ କରି 50 ହଜାର ଟଙ୍କା ସାଇତି କିଘରେ ରଖିଥିଲେ। ସବୁ ଦିନପରି ତାଙ୍କ ସ୍ତ୍ରୀ ଅନାଦି ଗୌଡ଼ ଙ୍କ ସହ ବାହାର କୁ କାମ କରିବା କୁ ଯାଇ ସନ୍ଧ୍ୟା ରେ ଘର କୁ ଫେରି ଖାଇ ପିଇ ଶୋଇ ଥିଲେ l ସକାଳେ ଡମୁ ଗୌଡ଼ ଉଠିକି ଦେଖି ଥିଲେ ତାଙ୍କ ଘର କାନ୍ଥ ଭଙ୍ଗା ହୋଇଛି l ସେ ଘରେ ଚୋର ପଶିଥିବା ସନ୍ଧେହ କରି ତାଙ୍କ ଘରେ ସାଇତି ରଖିଥିବା ୫୦ ହଜାର ଟଙ୍କା କୁ ନେଇ ଯାଇଥିବା ସହ ଘର ର ଜିନିସ ପତ୍ର ସବୁ ଏଆଡ଼େ ସେଆଡେ଼ ପଡି ଥିବା ସହ ତାଙ୍କ ଘରର ଆଧାର କାର୍ଡ ଏବଂ ଅନ୍ୟ ସବୁ ଜିନିସ ପତ୍ର ପଡିକି ରହିଥିଲା l ଏ ନେଇ ଡମୁ ଗୌଡ଼ ଚନ୍ଦାହାଣ୍ଡି ରେ ଲିଖିତ ଅଭିଯୋଗ ଦେବା ପରେ ଆଇଆଇସି ଉମେଶ ଚନ୍ଦ୍ର ନାୟକଙ୍କ ନିର୍ଦେଶ କ୍ରମେ ଏଏସଆଇ ହୃଷିକେଶ ପଟେଲ ଘଟଣା ସ୍ଥଳକୁ ଯାଇ ସବିଶେଷ ତଥ୍ୟ ସଂଗ୍ରହ କରିବା ସହ ଡମୁଙ୍କ ପରିବାର ସମେତ ଆଖପାଖ ପଡୋଶୀ ମାନଙ୍କୁ ପଚାରିବା ସହ ଡମୁ ଗୌଡ଼ଙ୍କ ପୁଅ ତରୁଣ ଗୌଡ଼ଙ୍କ ମୋବାଇଲ କୁ ଜବତ କରି ତଦନ୍ତ ଚଳାଇଛନ୍ତି l ଏ ବାବଦରେ ତରୁଣ ଗୌଡ଼ ଙ୍କୁ ପଚାରିବାରୁ ସେ ଚୋରି ହେଉଥିବା ଘରେ ଶୋଇବା ସହ ରାତି ୧୧ ଟା ଯାଏଁ ନିଜ ମୋବାଇଲ ରେ ଫ୍ରି ଫାଏର ଗେମ ଖେଳି ଥିବା ନେଇ ଆମ ଆଗରେ ପ୍ରକାଶ କରି ଥିଲେ l ଡମୁ ଏକ ଗରୀବ ଶ୍ରେଣୀ ର ଲୋକ ହୋଇଥିବା ରୁ ୫୦ ହଜାର ଚୋରି କୁ ନେଇ ସମ୍ପୂର୍ଣ ଭାବରେ ଭାଙ୍ଗି ପଡିଛନ୍ତି l ଏ ଦିଗରେ ଜିଲ୍ଲା ଆରଖି ଅଧିକ୍ଷକ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି l
ନବରଙ୍ଗପୁରରୁ ଶବ୍ଦଓଡ଼ିଶା ରିପୋର୍ଟର– ମୁକୁନ୍ଦ ବେଶ୍ରା

By

Leave a Reply

Your email address will not be published. Required fields are marked *