ପିଣ୍ଟୁ ନନ୍ଦଙ୍କ ପରଲୋକ, ଲିଭର୍ ସିରୋସିସ୍ ରୋଗରେ ଥିଲେ ପୀଡିତ ।

ଶବ୍ଦଓଡ଼ିଶା ବ୍ୟୁରୋ: ଆଉ ନାହାନ୍ତି ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ । ମାତ୍ର ୪୫ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏ ନେଇ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ହସ୍ପିଟାଲ ଅଧିକାରୀ । ପିଣ୍ଟୁଙ୍କ ପରଲୋକରେ ଆଉ ଏକ ତାରକାଙ୍କୁ ହରାଇଛି ଓଡ଼ିଆ ସିନେ ଜଗତ । ପିଣ୍ଟୁ ନନ୍ଦ ଗୁରୁତର ଯକୃତ ବା ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ । ପ୍ରଥମେ ତାଙ୍କର ଚିକିତ୍ସା ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ହୋଇଥିଲା । ପରେ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା ।

ଦିଲ୍ଲୀରୁ ପୁଣି ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦ ନିଆଯାଇଥିଲା । ଡାକ୍ତର ପିଣ୍ଟୁଙ୍କ ଲିଭର ଟ୍ରାନ୍ସପ୍ଲାଂଟ କରିବାକୁ ପରାମର୍ଶ ଦେଇଥିଲେ । ଏଥିପାଇଁ ପ୍ରାୟ ୫୦ ଲକ୍ଷ ଟଙ୍କା ଦରକାର ହେଉଥିଲା । ଚିକିତ୍ସା ପାଇଁ ଚାରିଆଡ଼ୁ ସହାୟତା ନିବେଦନ କରାଯାଇଥିଲା । ଏମିତିକି ତାଙ୍କ ପରିବାରର ଜଣେ ସଦସ୍ୟ ତାଙ୍କୁ ଲିଭର ଦାନ କରିବାର ଥିଲା । କିନ୍ତୁ ବ୍ଲଡ୍ ଗ୍ରୁପ୍ ମ୍ୟାଚ୍ ନକରିବା ଓ ଅନ୍ୟାନ୍ୟ କାରଣରୁ ତାହା ଫଳପ୍ରଦ ହୋଇପାରିନଥିଲା ।

You May Also Like

More From Author

+ There are no comments

Add yours