Thu. Oct 15th, 2026

ଶବ୍ଦଓଡ଼ିଶା ବ୍ୟୁରୋ:ଦେଶର କେତେକ ରାଜ୍ୟରେ ମେଟ୍ରୋ ଟ୍ରେନ ଚାଳିଲାଣି।ଅନ୍ୟପଟେ ଏହି ମେଟ୍ରୋ ଓଡ଼ିଶାରେ ଚାଲିବା ନେଇ ଅନେକ ଦିନ ହେଲା ଯୋଜନା ଚାଲିଛି।ତେବେ ଏହା ମଧ୍ୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ଏହା ସମ୍ପର୍କରେ ସୂଚନା ଦେଇଛନ୍ତି।ଏଣିକି ସାରା ଦେଶରେ ଗଡିବ ବନ୍ଦେ ମେଟ୍ରୋ ଟ୍ରେନ । ଏହାର ଡିଜାଇନ ଏବଂ ପୋଟ୍ରୋଟାଇପ ପ୍ରସ୍ତୁତି ଚାଲିଛି । ଚଳିତବର୍ଷ ଅଗଷ୍ଟ ସୁଦ୍ଧା ଏହାର କାମ ସରିଯିବ ବୋଲି ଅନୁମାନ କରାଯାଉଛି । ନିର୍ଦ୍ଧାରିତ ସମୟ ଅନୁସାରେ କାମ ସରିଗଲେ ଏହା ୨୦୨୪ ବେଳକୁ ଏହା ନିର୍ମାଣ ହେବା ସହ ଦେଶରେ ମେଟ୍ରୋ ଟ୍ରେନ ଗଡିବ ବୋଲି କୁହାଯାଇଛି।

ଓଡ଼ିଶାବାସୀ ମଧ୍ୟ ଏହା ଦ୍ୱାରା ଉପକୃତ ହେବେ । ଓଡ଼ିଶାର କଟକ-ପୁରୀରେ ମଧ୍ୟ ଏହି ଟ୍ରେନ ଗଡିବାର ସମ୍ଭାବନା ରହିଛି ।

୫୦ରୁ ୬୦ କିମି ଦୂରତା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲୁଥିବା ବନ୍ଦେ ମେଟ୍ରୋ ଟ୍ରେନ ଚଳାଚଳ କରାଯିବାର ଯୋଜନା ରହିଛି । କେନ୍ଦ୍ର ରେଳମନ୍ତ୍ରୀ ସଂସଦରେ ଏ ବିଷୟରେ ଆଲୋଚନା କରିବା ପରେ ଏ ନେଇ ବିଧାନସଭାରେ ମଧ୍ୟ ଆଲୋଚନା ହୋଇଛି । ବିଧାୟକ ଧ୍ରୁବ ଚରଣ ସାହୁଙ୍କର ଏକ ପ୍ରଶ୍ନର ଉତ୍ତରରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କହିଛନ୍ତି, ପୁରୀ-ଭୁବନେଶ୍‌:ର- କଟକରେ ମେଟ୍ରୋ ଟ୍ରେନ ଚଳାଚଳ କରିବା ନେଇ ରାଜ୍ୟ ସରକାର ବିଚାର କରୁଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ଷ୍ଟେଶନର ଭିତ୍ତିଭୂମିଉନ୍ନତୀକରଣ କାମ କରାଯାଉଛି । ଅମୃତ ଭାରତ ଷ୍ଟେଶନ ଯୋଜନାରେ ପୁରୀ,କଟକ ଓ ଭୁବନେଶ୍ୱର ରେଳ ଷ୍ଟେଶନର ନିର୍ମାଣ କାମ ଆଗେଇ ଚାଲିଛି । ପୁରୀ ଷ୍ଟେଶନ ପ୍ରକଳ୍ପ ଲାଗି ୧୬୨ କୋଟି ବ୍ୟୟ ବରାଦ କରାଯାଇଛି । ଭୁବନେଶ୍ୱର ଷ୍ଟେଶନର ପ୍ରବେଶ ପଥ ପରିବ୍‌ର୍ତନ ସହ ଅନ୍ୟାନ୍ୟ ସାମଗ୍ରୀ ସ୍ଥାନାନ୍ତର ଜାରି ରହିଛି ।ଏଥିପାଇଁ ୩୦୮ କୋଟିର ବ୍ୟୟ ବରାଦ କରାଯାଇଛି । ସେହିପରି କଟକ ଷ୍ଟେଶନ ପାଇଁ ୩୦୩ କୋଟିର ବ୍ୟୟ ବରାଦ କରାଯାଇଛି ।

ଅନ୍ୟପକ୍ଷେ କଟକ-ପୁରୀ ମଧ୍ୟରେ ଥିବା ନୂଆ ଷ୍ଟେଶନ ଭୁବନେଶ୍ୱର, ମଞ୍ଚେଶ୍ୱର, ଲିଙ୍ଗରାଜ ଷ୍ଟେଶନର ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି । ଭୁବନେଶ୍ୱର-ପୁରୀ ମଧ୍ୟରେ ପ୍ରମୁଖ ରେଳଷ୍ଟେଶନ ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି । ଯଦି ଠିକଠାକ କାମ ଚାଲେ ତେବେ ଆସନ୍ତା ୨ରୁ ୩ ବର୍ଷ ମଧ୍ୟରେ ଏହି ରୁଟରେ ମେଟ୍ରୋ ଟ୍ରେନ ଗଡିବ ।ତେବେ ଏହି ପରିକଳ୍ପନା ସଠିକ ଭାବରେ କାର୍ଯ୍ୟ ଚାଲିବା ଉପରେ ନିର୍ଭର କରୁଛି।

By

Leave a Reply

Your email address will not be published. Required fields are marked *