Thu. Oct 15th, 2026

ଶବ୍ଦଓଡ଼ିଶା ବ୍ୟୁରୋ:ଓଡ଼ିଶାର ଐତିହ୍ୟ କୀର୍ତ୍ତିରାଜି ପ୍ରମୁଖ ପରିଚୟ କୋଣାର୍କ ମନ୍ଦିର।ବର୍ଷ ସାରା ଏଠାରେ ପରିଦର୍ଶନଙ୍କ ସଂଖ୍ୟା ଲାଗିକି ରହିଥାଏ।ରାଜ୍ୟ ଦେଶ ଏବଂ ବିଦେଶରୁ ବହୁ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥାନ୍ତି।କାହିଁକି ନା ବିଶ୍ୱ ଐତିହ୍ୟରେ କୋଣାର୍କ ମନ୍ଦିରର ପରିଚୟ ସ୍ୱତନ୍ତ୍ର ।ତେବେ ଏହା ମଧ୍ୟରେ ଏଏସଆଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ କୋଣାର୍କ ସୂର୍ଯ୍ୟ ମନ୍ଦିରର ପରିଦର୍ଶନ ସମୟ ବଦଳାଇ ଦିଆଯାଇଛି।ଆଜିଠାରୁ ସନ୍ଧ୍ୟା ସାତଟାରେ ବନ୍ଦ ହେବ କୋଣାର୍କ ମନ୍ଦିର।ଏଣିକି ପର୍ଯ୍ୟଟକଙ୍କ ପାଇଁ ମାର୍ଚ୍ଚ ୧ ରୁ ସକାଳ ୬ଟାରୁ ସୂର୍ଯ୍ୟ ମନ୍ଦିର ମୁଖ୍ୟଦ୍ୱାର ଖୋଲାହେବା ଏବଂ ସାନ୍ଧ୍ୟ ୭ ଟାରେ ବନ୍ଦ ହେବ।ପୂର୍ବରୁ ସାନ୍ଧ୍ୟ ୬ ଟାରେ ସୂର୍ଯ୍ୟ ମନ୍ଦିର ବନ୍ଦ ହେଉଥିଲା।ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ପରିଦର୍ଶନ ସମୟ ପରିବର୍ତ୍ତନ ହୋଇଥିବା କୁହାଯାଇଛି।

By

Leave a Reply

Your email address will not be published. Required fields are marked *