ମାସ ଆରମ୍ଭରୁ ପୁଣି ବଢ଼ିଲା LPG ସିଲିଣ୍ଡର ଗ୍ୟାସ ଦର

ଶବ୍ଦଓଡ଼ିଶା ବ୍ୟୁରୋ:ପ୍ରତି ମାସ ଆରମ୍ଭରେ ଗ୍ୟାସ ଦରରେ ପରିବର୍ତ୍ତନ ହୋଇଥାଏ।ଦୀର୍ଘ ଦିନ ଧରି ଗ୍ୟାସ ଦର ବଢି ଚାଲିଥିବାବେଳେ ଆଜି ପୁଣି ମାର୍ଚ୍ଚ ମାସ ଆରମ୍ଭରେ ଗ୍ରାହକଙ୍କୁ ମହଙ୍ଗା ମାଡ଼।ଦିଲ୍ଲୀରେ ଉଭୟ ଘରୋଇ ଏଲପିଜି ସିଲିଣ୍ଡର ଏବଂ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦର ଦାମ ବଢିଛି।୧୪.୨ କେଜିର ଘରୋଇ LPG ସିଲିଣ୍ଡର ଦାମ୍ 50ଟଙ୍କା ଏବଂ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦାମ ୩୫୦ ଟଙ୍କା ୫୦ ପଇସା ମହଙ୍ଗା ହୋଇଛି । ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି ।ଏହି ନୂଆଦର ଲାଗୁ ହେବା ପରେ ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୧୧୦୩ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦର ୩୫୦ଟଙ୍କା ୫୦ ପଇସା ବୃଦ୍ଧି ହୋଇ ୨୧୧୯ଟଙ୍କା ୫୦ ପଇସା ହୋଇଛି ।

ପ୍ରକାଶଥାଉକି, ଗତ ନଭେମ୍ବର ୧ ତାରିଖ ଦିନ ଦେଶବ୍ୟାପୀ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦର ହ୍ରାସ ପାଇଥିଲା । ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ୧୧୫ ଟଙ୍କା ଶସ୍ତା ହୋଇଥିଲା । ୧୯ କେଜି ବିଶିଷ୍ଟ ବ୍ୟବସାୟିକ ସିଲିଣ୍ଡରରେ ଏହି ହ୍ରାସ ହୋଇଥିଲା । ତେବେ ୧୪ କିଲୋଗ୍ରାମ ଘରୋଇ ସିଲିଣ୍ଡର ଦାମ୍‌ରେ କିନ୍ତୁ କୌଣସି ପରିବର୍ତ୍ତନ ହୋଇନଥିଲା ।

ନଭେମ୍ବର ୧ ତାରିଖଠୁ ୧୯ କିଲୋ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ ୧୧୫.୫୦ ପଇସା ଶସ୍ତା ହୋଇଥିଲା । ମାସର ପ୍ରଥମ ଦିନରେ ଇନ୍ଧନ ଦରରେ ହ୍ରାସ ହୋଇଥିଲା ଯାହା ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଥିଲା । ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର କମିଥିଲେ ମଧ୍ୟ ଘରୋଇ ରନ୍ଧନ କାର୍ଯ୍ୟରେ ବ୍ୟବହୃତ ୧୪.୨ କେଜି ବିଶିଷ୍ଟ ଏଲପିଜି ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଥିଲା । ରିପୋର୍ଟ ଅନୁଯାୟୀ, ନଭେମ୍ବର ୧ରୁ ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ ୧୧୫.୫ ଟଙ୍କା, କୋଲକାତାରେ ୧୧୩ ଟଙ୍କା, ମୁମ୍ବାଇରେ ୧୧୫.୫ ଟଙ୍କା, ଚେନ୍ନାଇରେ ୧୧୬.୫ ଟଙ୍କା ଶସ୍ତା ହୋଇଥିଲା । ଏହା ପୂର୍ବରୁ ଅକ୍ଟୋବର ୧ରେ ସିଲିଣ୍ଡରର ଦାମ ୨୫ ଟଙ୍କା ଶସ୍ତା ହୋଇଥିଲା ।ତେବେ ଗତ ମେ ମାସରେ ଉଭୟ ଘରୋଇ ଏଲପିଜି ସିଲିଣ୍ଡର ଏବଂ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ହୋଇଥିଲା । ଘରୋଇ ଏଲପିଜି ସିଲିଣ୍ଡର ପିଛା 3 ଟଙ୍କା 50 ପଇସା ଏବଂ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ 8 ଟଙ୍କା ବଢିଥିଲା ।ଏହି ଭଳି ଭାବରେ ଗ୍ୟାସ ଦର ବଢିବା ଦ୍ୱାରା ସାଧରଣଲୋକଙ୍କ ପକ୍ଷେ ଏହା ବ୍ୟବହାର ଅନୁପଯୁକ୍ତ ମନେ ହେଉଛି।

You May Also Like

More From Author

+ There are no comments

Add yours