ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ପଦରୁ ମନୀଷ ସିସୋଦିଆ,କ୍ୟାବିନେଟ ମନ୍ତ୍ରୀ ପଦରୁ ସତେନ୍ଦ୍ର ଜେନଙ୍କ ଇସ୍ତଫା

ଶବ୍ଦଓଡ଼ିଶା ବ୍ୟୁରୋ:ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆପ ନେତା ମନୀଷ ସିସୋଦିଆ। ମଦ ନୀତି କେଳେଙ୍କାରୀ ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇ ଜେଲରେ ଥିବା ସିସୋସିଆ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି । କେବଳ ସିସୋଦିଆ ନୁହେଁ କେଜରିଓ୍ବାଲଙ୍କ କ୍ୟାବିନେଟରେ ସ୍ବାସ୍ଥ୍ୟ ଓ ଶକ୍ତି ବିଭାଗ ମନ୍ତ୍ରୀ ଥିବା ସତ୍ୟୈନ୍ଦ୍ର ଜେନ୍‌ ମଧ୍ୟ ଇସ୍ତଫା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଉଭୟଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି ।ପୂର୍ବରୁ କ୍ୟାବିନେଟ୍ ମନ୍ତ୍ରୀଥିବା ସତ୍ୟୈନ୍ଦ୍ର ଜେନ୍‌ ବ୍ୟାପକ ଅର୍ଥ ହେରଫେର୍‌ ମାମଲାରେ ଗିରଫ ହୋଇଥିଲେ । ସତ୍ୟୈନ୍ଦ୍ରଙ୍କୁ ଆର୍ଥିକ ହେରଫେର୍‌ ମାମଲାରେ PMLA ଆକ୍ଟରେ ଗତ ମେ ୩୦ ତାରିଖରେ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ତାଙ୍କ ବତରୁଦ୍ଧରେ ଅଭିଯୋଗ ଥିଲା ଯେ, ସତ୍ୟୈନ୍ଦ୍ର ଜୈନଙ୍କ ମାଲିକାନାରେ ଥିବା ଏକାଧିକ କମ୍ପାନୀରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଛି । ଏହା ସହିତ ତାଙ୍କ ପରିବାର ଲୋକଙ୍କ ନାଁ ରେ ମଧ୍ୟ ବେଆଇନ ଅର୍ଥ ଠୁଳ ଅଭିଯୋଗ ହୋଇଥିଲା ।

ଯଦି ସିସୋଦିଆ ଓ ଜୈନଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୁଏ ତେବେ ସେମାନେ ବିଧାନସଭା ସଦସ୍ୟ ପଦ ମଧ୍ୟ ହରାଇପାରନ୍ତି । କେବଳ ସେତିକି ନୁହେଁ ୨ ବର୍ଷରୁ ଅଧିକ ଜେଲରେ ରହିଲେ ଆଗାମୀ ୬ ବର୍ଷ ଯାଏଁ ନିର୍ବାଚନ ମଦ୍ୟ ଲଢିପାରିବେ ନାହିଁ । ତେବେ ବର୍ତ୍ତମାନ ଆପ୍‌କୁ ଘାରିଲାଣି ସ୍ବଚ୍ଛତା ଭୟ । କାରଣ ଦଳର ଦୁଇ ଦୁଇ ଜଣ କ୍ୟାବିନେଟ୍‌ ମନ୍ତ୍ରୀ ଏବଂ ଦବଦବା ଥିବା ନେତା ଏବେ ଜେଲରେ । ତେଣୁ ଆଗାମୀ ଦିନରେ କେଜରିଓ୍ବାଲ ତାଙ୍କ ଭାବମୂର୍ତ୍ତି ରକ୍ଷା କରିବାକୁ ସବୁଠାରୁ ବଡ ଚ୍ୟାଲେଞ୍ଜ ହେବ ।ଏହା ଆମ ଆଦମୀ ପାର୍ଟି ପାଇଁ ଏହା ଏକ ବଡ଼ ଝଟକା ବୋଲି କୁହାଯାଇ ପାରେ।

You May Also Like

More From Author

+ There are no comments

Add yours