Wed. Oct 14th, 2026

ଶବ୍ଦଓଡ଼ିଶା ବ୍ୟୁରୋ:ଚନ୍ଦାହାଣ୍ଡି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପରିଷରରେ ବ୍ଲକ ସ୍ଥରୀୟ ନିଯୁକ୍ତି ମେଲା ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ଚନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁମିତ୍ରା ପୂଜାରୀ ମୁଖ୍ୟଅତିଥି ଭାବରେ ଯୋଗଦାନ ଦେଇ କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରି ଥିଲେ। ସମ୍ମାନୀତ ଅତିଥି ଭାବରେ ଚନ୍ଦାହାଣ୍ଡି ବିଡ଼ିଓ ଧର୍ମରାଜ ମାଝି , ଜିଲ୍ଲା ନିଯୁକ୍ତି ଅଧିକାରୀ ଆନନ୍ଦ ପଲାଇ, ଚନ୍ଦାହାଣ୍ଡି ଶିଳ୍ପ ତାଲିମ କେନ୍ଦ୍ର ଅଧ୍ୟକ୍ଷ ରଞ୍ଜନ କୁମାର ପରିଡା, ତପସ୍ୱିନୀ ଦାଶ, ଏକ୍ସନ ଏଡ଼ସର ଜିଲ୍ଲା ସଂଯୋଜକ ଫକୀର ଚରଣ ରାଉତ, ସିଡ଼ିପିଓ ସୌରେନ୍ଦ୍ରୀ ମହାନନ୍ଦ ଜିଲ୍ଲା ପରିଷଦ ସଭ୍ୟା ଜୋନ୧ ବର୍ଷାରାଣୀ ପଟେଲ, ମୋହରା ସରପଞ୍ଚ ଜଳନ୍ଦର ମାଝି ପ୍ରମୁଖ ମଞ୍ଚାସିନ ରହିଥିଲେ l ଚନ୍ଦାହାଣ୍ଡି ବିଡ଼ିଓ ଧର୍ମରାଜ ମାଝିଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକ ରେ ଉପସ୍ଥିତ ରହିଥିବା ଛାତ୍ରୀ ମାନଙ୍କୁ ବୈଷୟିକ ତାଲିମ ଏବଂ ଏହାର ବିଭିନ୍ନ ନିଯୁକ୍ତି ର ସୁଯୋଗ ବାବଦରେ ଆଲୋଚନା କରାଯିବା ସହ ଝିଅ ମାନଙ୍କୁ ବାଲ୍ୟ ବିବାହ ବନ୍ଧ କରାଯିବା ଏମାନଙ୍କୁ ବିଭିନ୍ନ ବୈଷୟିକ ଶିକ୍ଷା ଦେଇ ଆତ୍ମ ନିର୍ଭରଶିଳ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା l ଏହି ଶିବିରରେ ସର୍ବମୋଟ 143 ଜଣ ଛାତ୍ରୀ ବିଭିନ୍ନ ଟ୍ରେଡ଼ ରେ ବୈଷୟିକ ଶିକ୍ଷା ନେବା ପାଇଁ କାଉନସେଲିଙ୍ଗ କରି ଥିବା ନେଇ ବି ଡ଼ି ଓ ଧର୍ମରାଜ ମାଝି ସୂଚନା ଦେଇଥିଲେ।କାଉନସେଲିଂ ପଞ୍ଜିକରଣ ରେ ବ୍ଲକର ସମସ୍ତ ଏନଆରଜିଏସ ଅଧିକାରୀ ଏବଂ ରୋଜଗାର ସହାୟକ ମାନେ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚନ୍ଦାହାଣ୍ଡି ଶିଳ୍ପ ତାଲିମ କେନ୍ଦ୍ର ର ବୈଷୟିକ ଅଧିକାରୀ ମାନ ଗୋବିନ୍ଦ ବାଘ, ଭୀମସେନ ଲଙ୍ଗୁରି, ଦେବଜ୍ୟୋତି ନାୟକ, ଅଙ୍ଗନୱାଡି ପରିଦର୍ଶିକା ନନ୍ଧିନୀ ଶତପଥି, ଫୁଲସରା ଭତ୍ରା ବିଦ୍ୟାଳୟ ମାନଙ୍କ ର ଶିକ୍ଷକ ଶିକ୍ଷୟତ୍ରୀ, ସମସ୍ତ ଅଙ୍ଗନୱାଡି କର୍ମୀ ଏବଂ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ l
ଶବ୍ଦଓଡ଼ିଶା ରିପୋର୍ଟର—– ମୁକୁନ୍ଦ ବେଶ୍ରା

By

Leave a Reply

Your email address will not be published. Required fields are marked *