Thu. Oct 15th, 2026

ଶବ୍ଦଓଡ଼ିଶା ବ୍ୟୁରୋ:ଆଜିଠାରୁ ଆରମ୍ଭ ହେଉଛି ଅଷ୍ଟ୍ରେଲିଆ-ଭାରତ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ।ପ୍ରଥମ ଦୁଇଟି ମ୍ୟାଚ ଟିମ ଇନ୍ଦୁଆ ଜିତିବା ସହ ୨-୦ ରେ ଆଗୁଆ ରହିଛି।ତେବେ ଏହି ମ୍ୟାଚଟି ଟିମ ଇଣ୍ଡିଆ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ।ଏହି ଟେଷ୍ଟ ଟିମ ଇଣ୍ଡିଆ ଜିତିଲେ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲକୁ ଭାରତର ଟିକେଟ ନିଶ୍ଚିତ ହୋଇଯିବ।ଏହାଛଡା ଏହି ମ୍ୟାଚରେ ଭାରତୀୟ ଖେଳାଳି ଏବଂ ଭାରତୀୟ ଦଳ କିଛି ରେକର୍ଡ କରିପାରନ୍ତି।

ଏହି ସବୁ ରେକର୍ଡ ହୋଇପାରେ—-

୩୦୦ କ୍ୟାଚ କ୍ଲବରେ ପହଞ୍ଚିପାରନ୍ତି କୋହଲି—-
ବିରାଟ କୋହଲି ୩ ବର୍ଷ ଧରି ଟେଷ୍ଟରେ ଶତକ ମାରି ନ ଥିଲେ ହେଁ କ୍ୟାଚ୍‌ ଧରିବା ମାମଲାରେ ସେ ଏହି ରେକର୍ଡ କରିପାରନ୍ତି। ସେ ଏଯାବତ ୪୯୨ ମ୍ୟାଚ୍‌ରେ ୨୯୯ କ୍ୟାଚ୍‌ ଧରିଛନ୍ତି। ଏମିତିରେ ଆଉ ଗୋଟିଏ କ୍ୟାଚ୍‌ ଧରିଲେ ସେ ତ୍ରିଶତକ ରେକର୍ଡ ନିଜ ନାମରେ କରିବେ।

ଗୋଟିଏ ଉକେଟ ନେଲେ ୫୦୦ ୱିକେଟ କ୍ଲବରେ ପହଞ୍ଚିବେ ଜାଡେଜା:-
ରବିନ୍ଦ୍ର ଜାଡେଜା ତାଙ୍କର ୫୦୦ ଅନ୍ତର୍ଜାତୀୟ ଉଇକେଟଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି। ସେ ବର୍ତ୍ତମାନ ଟେଷ୍ଟରେ ୨୫୯, ଦିନିକିଆରେ ୧୮୯ ଏବଂ ଟି -୨୦ ରେ ୫୧ ଉଇକେଟ ନେଇଛନ୍ତି। ଜାଡେଜା ଦିଲ୍ଲୀ ଟେଷ୍ଟର ହିରୋ ଥିଲେ। ସେ ଉକ୍ତ ଟେଷ୍ଟ ମ୍ୟାଚରେ ୧୦ ଉଇକେଟ ନେଇ ଅଷ୍ଟ୍ରେଲିଆକୁ ବ୍ୟାକଫୁଟରେ ରଖିଥିଲେ। ଏପର୍ଯ୍ୟନ୍ତ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ସେ ୧୭ ଉଇକେଟ ନେଇ ସାରିଛନ୍ତି।

-ଇତିହାସ ରଚି ପାରନ୍ତି ରୋହିତ:
ଅଧିନାୟକ ଭାବରେ ରୋହିତ ୪ ଟେଷ୍ଟ ମ୍ୟାଚ ଜିତିଛନ୍ତି। ଇନ୍ଦୋର ଟେଷ୍ଟ ଜିତିବା ପରେ ସେ ପ୍ରଥମ ଭାରତୀୟ ଅଧିନାୟକ ହେବେ ଯିଏକି ଅଧିନାୟକ ଭାବରେ ଡେବ୍ୟୁରେ ପାଞ୍ଚଟି ମ୍ୟାଚ ଜିତିଛନ୍ତି। ଏହାପୂର୍ବରୁ ରୋହିତ ଶର୍ମା ତାଙ୍କ ଅଧିନାୟକତ୍ୱରେ ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜିତିଥିଲେ। ସେ ଏପର୍ଯ୍ୟନ୍ତ ଏହି ସିରିଜରେ ୨ ଟି ଟେଷ୍ଟ ଜିତିଛନ୍ତି।

-ଚତୁର୍ଥ ଥର ପାଇଁ ଭାରତ ଜିତିବ ବର୍ଡର-ଗାଭାସ୍କର ଟ୍ରଫି:-
ଟିମ ଇଣ୍ଡିଆ କ୍ରମାଗତ ୩ ଥର ବର୍ଡର-ଗାଭାସ୍କର ଟ୍ରଫି ଜିତିଛି। ଇନ୍ଦୋର ଟେଷ୍ଟ ଜିତିବା ପରେ ଦଳ କ୍ରମାଗତ ଚତୁର୍ଥ ଥର ପାଇଁ ଏହି ଟ୍ରଫି ଉପରେ କବ୍ଜା କରିବ।

-ସ୍ବଦେଶରେ ଲଗାତର ୧୬ ତମ ସିରିଜ ବିଜୟ:
ଇନ୍ଦୋର ଟେଷ୍ଟ ଜିତିବା ମାତ୍ରେ ଭାରତ ବର୍ଡର-ଗାଭାସ୍କର ଟ୍ରଫିକୁ ଉପରେ କବ୍ଜା କରିବ। ଏହା ଟିମ ଇଣ୍ଡିଆର କ୍ରମାଗତ ୧୬ ତମ ସିରିଜ ବିଜୟ ହେବ।

By

Leave a Reply

Your email address will not be published. Required fields are marked *