ନଈ ମଝିରେ ଭଗବାନ, ଛତିଶଗଡ-ଓଡିଶା ସୀମାରେ ସୌନ୍ଦର୍ଯ୍ୟମୟୀ ଛତାପଖାନ

ଝରଣାର ନାଁ ଛତାପଖାନ । ପ୍ରକୃତିର ଅପରୂପା ସୌନ୍ଦର୍ଯ୍ୟର ପସରା । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ  ସୀମା କୋଇଲିମୁଣ୍ଡା   ପଂଚାୟତ କେନ୍ଦୁଗୁଡା ଓ ଛତିଶଗଡ  ରାଜ୍ୟ ଅଧିନ  ପାନିଗାଁ ମଝି  ତେଲ ନଦୀରେ  ମନୋରମ ପର୍ଯ୍ୟଟନସ୍ଥଳୀ  ଛତାପଖାନ । ଅତୀତରେ ଏଇଠି ଥିଲା ଅତି ପୁରାତନ ଶୈବପୀଠ। ମନ୍ଦିର ଜଳସ୍ରୋତରେ ଲୀନ ହୋଇଯାଇଥିବା ବେଳେ କଳା ମୁଗୁନି ପଥର ଭିତରେ ଶିବଙ୍କ ଉପାସନା ହେଉଛି । ଦୂରରେ ଦେଖିଲେ ଲାଗୁଛି ,ସବୁଜିମା ଭିତରେ ସତେ ଯେମିତି ଧରଣୀ  ରାଣୀ  କଳା ଛତା ତଳେ ଟିକେ ବିଶ୍ରାମ କରୁଛି ।

ଉଭୟ  ଓଡିଶା  ଏବଂ ଛତିଶଗଡ  ଭକ୍ତ ଏଇଠି ଆଶୁତୋଷଙ୍କ ଆଶିଷ ଲୋଡନ୍ତି ।  ଦୁଇ  କୂଳ ରେ ପଥର  ରହି  ମଝିରେ  ତେଲ ନଦୀ ସ୍ରୋତ ବୋହିଯାଉଛି । ପାଣି ଅଟକିବା  ଯୋଗୁଁ ଓଡିଶା  ଏବଂ ଛତିଶଗଡ  ସୀମାନ୍ତ   କେନ୍ଧୁଗୁଡା, ବିଶିପଡା,  ଛତିଶଗଡ  ପାନିଗାଁ, ବିରିଘାଟ  ବାସୀଙ୍କ  ଜଳକଷ୍ଟ ବି ଦୂର ହେଉଛି । । ଛତାପଖାନ  ,ଛତିଶଗଡ  ରାଜ୍ୟ  ଗରିୟାବନ୍ଧ  ଠାରୁ  100 କିମି ଦୂର,ଏପଟେ ନବରଙ୍ଗପୁର ଜିଲ୍ଲା ସଦର ଠାରୁ  125 କିମି, ଚନ୍ଦାହାଣ୍ଡି ବ୍ଲକ ସଦର ରୁ ରହିଛି  16  କିମି , ସୀମା ଠାରୁ  ରହିଛି ମାତ୍ର 2 ରୁ 3 କି ମି ମଧ୍ୟରେ  ଦୂରତା l ଦୁଇ ରାଜ୍ୟର ସୀମା ଭିତରେ ଥିବା ଏହି ସ୍ଥାନରେ ବିକାଶ ପଛେଇ ଯାଇଛି । ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ତେଲ ନଦୀ ବନ୍ୟା ପାଣିରେ ଭାଙ୍ଗିଯାଇଥିବା ମନ୍ଦିର ସ୍ଥଳରେ ,ଡାଳପତ୍ରର ମନ୍ଦିର ଶୋଭା ପାଉଛି । ଶିବ ମନ୍ଦିରର ପାଇଁ ପାନିଗାଁ ଗାଁଊଟିଆ ଗଣ୍ଡାରାମ ୟାଦ  ଉନ୍ନତି କରଣ  ପାଇଁ ଝରିଗାଁ ବିଧାୟକ  ପ୍ରକାଶ ଚନ୍ଦ୍ର ମାଝି  ଏବଂ ପଡୋଶୀ ବିନ୍ଦ୍ରାନୟାଗଡ଼  ବିଧାୟକ  ଡମ୍ବରୁ  ପୂଜାରୀ ଙ୍କୁ ନିବେଦନ କରିଛନ୍ତି l  ଭଭୟ ରାଜ୍ୟର ବିଧାୟକ ଏ ନେଇ ଭରସା ଦେଇଛନ୍ତି ।  ଏଠାରେ  ଏକ କ୍ଷୁଦ୍ର ଜଲସେଚନ  ପ୍ରକଳ୍ପ ନିର୍ମାଣ କରାଗଲେ ,କେନ୍ଦୁଗୁଡା ଜରାବନ୍ଦ,ଓ ଅନକାବେଡା ଚାଷୀ ଙ୍କ ଜମି ରେ ଜଳସେଚନ ହେବ। ଛତାପଖାନ  ଉଭୟ   ପର୍ଯ୍ୟଟନସ୍ଥଳୀ  ହେବା ସହ ଏହା ଚାଷୀ ଙ୍କୁ ଜଲସେଚନ  ସୁବିଧା  ଯୋଗାଇପାରିବ । ଏ ଦିଗରେ  ପ୍ରଶାସନର ପଦକ୍ଷେପ ଜରୁରୀ ।

You May Also Like

More From Author

+ There are no comments

Add yours