
ଶବ୍ଦମିଡ଼ିଆ ବ୍ୟୁରୋ:ମ୍ୟାଲେରିଆ ମୁକ୍ତ ହେବ ଓଡ଼ିଶା। ନୋ ମୋର ମ୍ୟାଲେରିଆ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହ ଚୁକ୍ତି ସ୍ଵାକ୍ଷରିତ ହୋଇଛି।ଆଗାମୀ ୨୦୨୭ ସୁଦ୍ଧା ଓଡ଼ିଶାରୁ ମ୍ୟାଲେରିଆ କିପରି ଭାବରେ ଦମନ କରାଯାଇପାରିବ ସେଥିପାଇଁ କାମ କରିବ ନୋ ମୋର ମ୍ୟାଲେରିଆ।୨୦୨୭ ସୁଦ୍ଧା ଓଡ଼ିଶାରେ ମ୍ୟାଲେରିଆ ଦମନ ପାଇଁ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ଚୁକ୍ତି କରିଛି।ଆଗାମୀ ୫ ବର୍ଷ ପାଇଁ ନୋ ମୋର ମ୍ୟାଲେରିଆ ସହ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ଏମୟୁର ସ୍ଵାକ୍ଷର ହୋଇଛି।
ଓଡ଼ିଶାରେ ୧୦ଟି ମ୍ୟାଲେରିଆ ପ୍ରବଣ ଜିଲ୍ଲାରେ ଆହୁରି ବ୍ୟାପକ ହେବ କାର୍ଯ୍ୟକ୍ରମ ଓ ସଚେତନତା l କୋରାପୁଟ ଓ ମାଲକାନଗିରି ଜିଲ୍ଲା ଉପରେ ଅଧିକ ଫୋକସ କରାଯିବ l
ସେପଟେ ୨୦୨୭ ସୁଦ୍ଧା ଓଡ଼ିଶାରେ ମ୍ୟାଲେରିଆ ସମ୍ପୂର୍ଣ୍ଣ ମୁକ୍ତ କରିବା ଲକ୍ଷ୍ୟକୁ ସଫଳ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସହ ଯୋଡ଼ି ହୋଇଥିବା ସଂସ୍ଥାମାନେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି l ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ ଓ ବିଲୋପ କାର୍ଯ୍ୟକ୍ରମକୁ ଏମ. ଏନ.ଏମ ୨୦୧୮ ମସିହାରୁ ଓଡ଼ିଶା ସରକାରଙ୍କୁ ସମର୍ଥନ କରିଆସୁଛି l ସେପଟେ ଏହି ଚୁକ୍ତି ଦ୍ୱାରା ଉଭୟ ଫର୍ମାଲ ଓ ଇନଫର୍ମାଲ ବେସରକାରୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ମ୍ୟାଲେରିଆ ଚିହ୍ନଟ ଓ ଚିକିତ୍ସାକୁ ତ୍ୱରାନ୍ୱିତ କରିବ l ଅନ୍ୟପଟେ ମ୍ୟାଲେରିଆ ସମ୍ପୂର୍ଣ୍ଣ ଦମନ ପାଇଁ ତୃଣମୂଳସ୍ତରରୁ ଲୋକମାନଙ୍କୁ ସଚେତନ କରିବା ସହ ସଠିକ କାର୍ଯ୍ୟକ୍ରମ ନିହାତି ଜରୁରୀ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଓ ବିଭାଗ ସ୍ୱତନ୍ତ୍ର ସଚିବ ।