Wed. Oct 14th, 2026

ଶବ୍ଦମିଡ଼ିଆ ବ୍ୟୁରୋ:କେନ୍ଦ୍ରୀୟ ରେଳ ଏବଂ ଆଇଟି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ନୂଆ ନିୟମକୁ ଆପଣାଇଛନ୍ତି।ଶ୍ରୀ ବୈଷ୍ଣବ ନିକଟରେ ନିଜ କାର୍ଯ୍ୟାଳୟରୁ ବଜର ହଟାଇଦେଇଛନ୍ତି,ଯାହା ସାହାଯ୍ୟରେ ସେ ନିଜର କନିଷ୍ଠ ସହାୟକମାନଙ୍କୁ କାର୍ଯ୍ୟାଳୟ ଭିତରକୁ ଆସିବାକୁ ଅନୁମତି ଦେଉଥିଲେ।ଏହା ସହ ତାଙ୍କୁ କଣ କାର୍ଯ୍ୟକରିବାକୁ ହେବ କୁହାଯାଉଥିଲା।ତେବେ କିଛି ଦିନ ପରେ ସେ ନିଜ ମନ୍ତ୍ରାଳୟର କର୍ମଚାରୀମାନଙ୍କୁ ମଧ୍ୟ ଏହାକୁ ପାଳନ କରିବାକୁ କହିଛନ୍ତି। ତାଙ୍କ କହିବା ହେଲା, ଏହା ଏକ ପୁରୁଣା ବ୍ୟବସ୍ଥା। ଲୋକମାନଙ୍କୁ ବଜର ଦବାଇ ଡାକିବା ଅପେକ୍ଷା କିଛି କାମ ନିଜେ କରିବା ଉଚିତ୍‌ କିମ୍ବା ଆବଶ୍ୟକ ପଡ଼ିଲେ ଫୋନ୍‌ ବ୍ୟବହାର କରିବା ଉଚିତ୍‌। ଅଶ୍ୱିନୀ ବୈଷ୍ଣବଙ୍କର ଏହି ନିଷ୍ପତ୍ତିରେ ଏବେ ପୂରା କାର୍ଯ୍ୟାଳୟ ବଜର କିମ୍ବା କଲିଂ ବେଲ୍‌ ମୁକ୍ତ ହୋଇଛି।






By

Leave a Reply

Your email address will not be published. Required fields are marked *