Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନେକ ନୀତିକାନ୍ତି ରହିଛି। ବର୍ଷ ଭରି ଶ୍ରୀଜୀଉଙ୍କ ପୂଜା ନୈବେଦ୍ୟ ମଧ୍ୟରେ ଅନେକ ନୀତି ନିୟମ ପାଳନ କରାଯାଇଥାଏ।ଯାହାକୁ ଆମେ ମାନେ ଭକ୍ତ ହିସାବରେ ଦେଖିବାକୁ ପାଉ ଏସବୁ ଭିତରେ ଆଜି ସନ୍ଧ୍ୟାରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଏହି ନୀତି ପାଇଁ ୪ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି (ବୁଧବାର) ଫାଲଗୁନ-ଶୁକ୍ଳ ତୃତୀୟା ତିଥି, ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ ରୁ ରାତ୍ର ଘ.୧୦.୦୦ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

By

Leave a Reply

Your email address will not be published. Required fields are marked *