Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ସେଦିନ ତାରିଖ ଥିଲା ୬ ଫ୍ରେବ୍ରୁଆରୀ ୨୦୨୩ ସ୍ଥାନ ଥିଲା ତୁର୍କୀ ଏବଂ ସିରିଆ ସମୟ ଥିଲା ୪:୧୫ ମିନିଟ । କିନ୍ତୁ ସେଦିନ ତୁର୍କୀ ଓ ସିରିଆର ଲୋକ କଣ ବା ଜାଣିଥିଲେ। ଏହି ଦିନଟି ତାଙ୍କ ପାଇଁ ଏକ କରାଳ ବିଭୀଷିକ ରୂପ ନେଇ ଆସିବ। ହଠାତ କିଛି ବୁଝିବା ପାଇଁ ସମୟବି ନଥିଲା। ୭.୪ ତୀବ୍ରତାର ଭୂକମ୍ପ ସୃଷ୍ଟି ହୋଇଥିଲା ଉଭୟ ତୁର୍କୀ ଏବଂ ସିରିଆଠାରେ କିଛିକ୍ଷଣ ମଧ୍ୟରେ ମାଟିରେ ମିଶିଗଲା ସୁଉଚ୍ଚ ଅଟାଳିକା ହଟାତ ଜନ ଜୀବନ ଛାରଖାର ହୋଇଯାଇଥିଲା। ଭୂକମ୍ପର ପରିମାଣ ଏତେ ବେଶୀଥିଲା ଯେ କିଛି କ୍ଷଣ ମଧ୍ୟରେ ସବୁକିଛି ମାଟିରେ ମିଶିଗଲା।ତେବେ ସେଦିନ କଣ ଘଟିଥିଲା ଆସନ୍ତୁ ଜାଣିବା-ସେଦିନ ତୁର୍କୀ ଏବଂ ସିରିଆରେ ଭୟଙ୍କର ଭୂକମ୍ପ ହେବା ସହିତସେହିଦିନ ୬ ଫ୍ରେବ୍ରୁଆରୀ ଦିନ ୧୨ ଘଣ୍ଟା ମଧ୍ୟରେ ତୁର୍କୀ ଏବଂ ସିରିଆ ଦ୍ୱିତୀୟ ଥର ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲା ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ନ୍ୟୁୟର୍କ ମଧ୍ୟ ଭୂକମ୍ପ ସୃଷ୍ଟି ହୋଇଥିଲା ।ଏହା ସମେତ ତୁର୍କୀ ପଡୋଶୀ ୧୧ ଟି ରାଷ୍ଟ୍ରରେ ଭୂକମ୍ପ ଅନୁଭତ ହୋଇଥିଲା।ଦ୍ୱିତୀୟ ଥର ପାଇଁ ଯେଉଁ ଭୂକମ୍ପ ସୃଷ୍ଟି ହୋଇଥିଲା ଏହାର ରିକ୍ଟର ସ୍କେଲ ତୀବ୍ରତା ୭.୫ ରହିଥିଲା। ତୁର୍କୀ ସମେତ ୧୧ ଟି ଦେଶରେ ଭୂକମ୍ପ ରିକ୍ଟର ସ୍କେଲ ତୀବ୍ରତା ୬ ରୁ ୬.୫ ରହିଥିଲା। ତେବେ ସବୁଠାରୁ ଅଧିକ ପରିମାଣର କ୍ଷୟକ୍ଷତି ତୁର୍କୀରେ ହୋଇଥିଲେ ଆଖି ପିଛୁଳାକେ ସବୁକିଛି ମାଟିରେ ମିଶିଗଲା। ଯାହା ସେଦିନ ଘଟିଥିଲା ଶୁଣିଲେ ରୁମ ଟାଙ୍କୁରି ଉଠିବ କିଛି ସମୟ ମଧ୍ୟରେ ପାଖା ପାଖି ୩୫୦୦ ରୁ ଉର୍ଦ୍ଧ୍ବ ଲୋକ ମୃତୁ ବରଣ କରିଥିଲେ। ୫୪୦୦ ରୁ ଅଧିକ ଲୋକ ଆହାତ ହୋଇଥିଲେ।ଡହଳ ବିକଳରେ ଲୋକ ଜୀବନ ବଞ୍ଚାଇବା ପାଇଁ ରାସ୍ତାରେ ଦୌଡୁଥାନ୍ତି। ଏଭିଭଳି କିଛି ଚିତ୍ର ଦେଖିବାକୁ ମିଳିଥିଲା। ତେବେ ଅଧିକ କ୍ଷୟକ୍ଷତି ତୁର୍କୀ ରାଜଧାନୀ ଆଙ୍କରା ରେ ହୋଇଛି। ତୁର୍କୀର ୧୦ ସହରରେ ଅନେକ ପରିମାଣର କ୍ଷୟକ୍ଷତି ହୋଇଛି।ତେବେ ଏସବୁ ଖେକ୍ଷତି ପରିମାଣ କେତେ ତାହା କହିବା ସମ୍ଭବ ନୁହେଁ। ଅନେକ ଲୋକ ମୃତୁବରଣ କରିଛନ୍ତି।ତେବେ ଯଦି ଆମେ ଆମେରିକା ଭୁତତ୍ୱ ବିଜ୍ଞାନିଙ୍କ କହିବା ଅନୁସାରେ ଭୂକମ୍ପର କେନ୍ଦ୍ରସ୍ଥଳ ଗାଜିଆଟେପ ଠାରୁ ପାଖାପାଖି ୩୩ କିଲୋମିଟର ଦୂର ନୁରଦେଗ ସହରଠାରୁ ୨୬ କିଲୋମିଟର ଦୂର ମାଟି ଠାରୁ ୧୮ କିଲୋମିଟର ତଳେ ଭୂକମ୍ପ ସୃଷ୍ଟି ହୋଇଥିଲା।ଏସବୁ ଭିତରେ ମୃତୁର ଏହି କରାଳ ବିଭୀଷିକା ମଧ୍ୟେରେ ଅନେକ ଲୋକଙ୍କ କ୍ଷୟକ୍ଷତି ହେବା ସହିତ ସେଠାରେ ଅନେକ ଲୋକ ବାସହୀନ ହୋଇଯାଇଛନ୍ତି। କିଛି ବୁଝିବା ଭଳି ଅବସ୍ଥା ସେଠାରେ ରହିନାହିଁ। ଏହି ସମୟରେ ଅନେକ ରାଷ୍ଟ୍ର ତୁର୍କୀ ପ୍ରତି ସହାୟତାର ହାତ ବଢ଼ାଇଛନ୍ତି ।ଭାରତ ନିଜର ବଦାନ୍ୟତା ଦେଖାଇ ଏନଡିଆରଏଫ ଟିମ ପଠାଇବା ସହିତ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ପଠାଇଛି। ଏହା ସହିତ ଜର୍ମାଣର ପ୍ରଧାନମନ୍ତ୍ରୀ ଟୁଇଟ କରି ତୁର୍କୀ ଏବଂ ସିରିଆରେ ହୋଇଥିବା ଏହି ଭୟଙ୍କର ଭୂକମ୍ପକୁ ନେଇ ନିଜର ଦୁଃଖ ପ୍ରକାଶ କରିଛନ୍ତି। ଏହା ସହିତ ସମ୍ପୂର୍ଣ୍ଣ ସହାୟତା କରିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି।ତୁର୍କୀ ରେ ଏହା ସବୁଠାରୁ ବଡ଼ ଭୂକମ୍ପ ବୋଲି କୁହାଯାଉଛି ଆଗରୁ ଏପରି ଭୟଙ୍କର ଭୂକମ୍ପ ହୋଇନଥିବା କୁହାଯାଉଛି। କିନ୍ତୁ ଆମେ ଆପଣଙ୍କୁ ଆଜି ଏକ ସତକଥା କହିବାକୁ ଯାଉଛୁ—- ଆଜିକୁ ଠିକ ଅନେକ ବର୍ଷ ତଳେ ୧୯୩୯ ମସିହାରେ ତୁର୍କୀଠାରେ ରିକ୍ଟର ସ୍କେଲ ୭.୮ ତୀବ୍ରତା ଭୂକମ୍ପ ସୃଷ୍ଟି ହୋଇଥିଲା। ଆଜିର ଭୁକମ୍ପ କ୍ଷୟକ୍ଷତି ଠାରୁ ସେଦିନର କ୍ଷୟକ୍ଷତି ଅନେକ ବେସି ରହିଥିଲା।କାହିଁକି ମୁଁ ଏବେ ଆପଣ ଯାହା କହିବାକୁ ଯାଉଛି ତାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ।୧୯୩୯ ମସିହାରେ ତୂର୍କୀ ହୋଇଥିବା ଭୟଙ୍କର ଭୂକମ୍ପରେ ୧୦୦୦ କିମ୍ବା ୨୦୦୦ ନୁହେଁ ସେତେବେଳେ ୩୨,୭୦୦ ଲୋକଙ୍କର ମୃତୁ ହୋଇଥିଲା। ଏହା ପରେ ୨୪ ନଭେମ୍ବର ୧୯୭୫ ମସିହାରେ ତୁର୍କୀରେ ଭୂକମ୍ପ ସୃଷ୍ଟି ହୋଇଥିଲା ସେତେବେଳେ ୫୦୦୦ ହଜାର ଲୋକ ମୃତ୍ୟୁ ବରଣ କରିଥିଲେ।।ଏହା ବାଦ ୧୯୯୯ ମସିହାରେ ମଧ୍ୟ ତୁର୍କୀରେ ଭୂକମ୍ପ ଅନୁଭୁତ ହୋଇଥିଲା।ଏହାର ତୀବ୍ରତା ୭.୬ ରହିଥିଲା ୧୭,୬୦୦ ଲୋକ ମୃତ୍ୟୁ ବରଣ କରିଥିଲେ।

By

Leave a Reply

Your email address will not be published. Required fields are marked *