୨୦ ଫୁଟ ପୋଲ ତଳକୁ ଖସିଲା କାର ଅଳ୍ପକେ ବର୍ତ୍ତିଲେ କାରରେ ଥିବା ଯାତ୍ରୀ

ଶବ୍ଦମିଡ଼ିଆ ବ୍ୟୁରୋ:ନବରଙ୍ଗପୁର ପ୍ରାୟ ୨୦ ଫୁଟ ପୋଲ ତଳକୁ ଖସିଲା କାର ଅଳ୍ପକେ ବର୍ତ୍ତିଲେ କାର ରେ ଥିବା ଯାତ୍ରୀ ! ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଠାରୁ ଡାବୁଗାଁ ରାସ୍ତାର ପଣ୍ଡିତଗୁଡା ଓ ଚରାମୂଳ ଗାଁ ନିକଟରେ ଥିବା ବିରିଜ ପୋଲରୁ ଗୁରୁବାର ଏକ କାର ଭାରସାମ୍ୟ ହରାଇ ପ୍ରାୟ ୨୦ ଫୁଟ ପୋଲ ତଳକୁ ଖସିପଡ଼ିଥିବା ବେଳେ ଏଥିରେ ବସିଥିବା ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି | ଖବର ପାଇ ମଇଦଲପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି | କାର ଦୃଘଟଣା ପରେ କାର ରେ କେତେ ଜଣ ଥିଲେ ଓ ତାଙ୍କ ଘର ଠିକଣା ମଧ୍ୟ୍ୟ ଜଣା ପଡିନି କାର ଦୁର୍ଘଟଣା ପରେ କାରରେ ବସିଥିବା ଯାତ୍ରୀ ମାନେ ଫେରାର ହୋଇଯାଇଛନ୍ତି | ସୂଚନା ମୁତାବକ OD 02 CB 1609 ଟି ମଇଦଲପୁର ରୁ ଡାବୁଗାଁ ଉମରକୋଟ ଆଡ଼କୁ ଯିବା ସମୟରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ କାର ଟି ପୋଲ ତଳକୁ ଖସି ଯାଇଥୀବା ଅନୁମାନ କରାଯାଉଛି | ମୈଦଲପୁର ଥାନା ପୋଲିସର ତଦନ୍ତ ପରେ ପ୍ରକୃତ ଦୁର୍ଘଟଣା କାରଣ ଜଣାପଡିବ |

You May Also Like

More From Author

+ There are no comments

Add yours