ଶବ୍ଦମିଡ଼ିଆ ବ୍ୟୁରୋ:ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡ଼ୱାଣି ବିବାହ ପରେ ନୂଆ ଜୀବନ ଆରମ୍ଭ କରିଛନ୍ତି। ବଲିଉଡରେ ଦୁଇ ଜଣଙ୍କ ସଫଳ କ୍ୟାରିଅର ଗଢିବା ପରେ। ଉଭୟ ପ୍ରେମ ସମ୍ପର୍କକୁ ବିବାହର ରୂପ ଦେଇଛନ୍ତି। ଦୁହେଁ ରାଜସ୍ଥାନର ଯେସଲମେର ଠାରେ ଦୁଇ ଜଣ ବିବାହ ହୋଇଛନ୍ତି। ବିବାହ କରି ସାରିବା ପରେ ପ୍ରଥମ ଥର ପାଇଁ ଦୁଇଜଣ ଦିଲ୍ଲୀ ଏୟାର ପୋର୍ଟରେ ଦେଖାଯାଇଥିଲେ। ଏହା ପରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡ଼ୱାଣି ଉଭୟ ସମସ୍ତଙ୍କ ଠାରୁ ଶୁଭେଚ୍ଛାଓ ଶୁଭକାମନା ନେବା ସହିତ ସେମାନଙ୍କୁ ସେଠାରେ ଦେଖି ପହଁଚିଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଶୁଭ ବିବାହର ଲଡୁ ବାଣ୍ଟିଥିଲେ।
