ପାକିସ୍ତାନରେ ଦୟନୀୟ ସ୍ଥିତି, ପେଟ୍ରୋଲ ପମ୍ପ ଆଗରେ ଲମ୍ବା ଧାଡି

ଶବ୍ଦ ଓଡିଶା ବ୍ୟୁରୋ: ପାକିସ୍ତାନ ବର୍ତ୍ତମାନ ସୁଦ୍ଧା ନିଜର ସବୁଠାରୁ ବଡ ଆର୍ଥିକ ସଙ୍କଟ ଦେଇ ଗତିକରୁଛି । ପାକିସ୍ତାନରେ ଲଗାତର ପେଟ୍ରୋଲ ଏବଂ ଡିଜେଲର ଅଭାବ ଦେଖିବାକୁ ମିଳିଛି । ଦେଶର ଅନେକ ସହରରେ ଲୋକେ ପେଟ୍ରୋଲ ପମ୍ପରେ ଭିଡ ଲଗାଉଥିବା ମଧ୍ୟ ଦେଖିବାକୁ ମିଳିଛି । ଅନେକ ପମ୍ପ ଆଗରେ ଦୌଡୁଥିବା ମଧ୍ୟ ନଜର ଆସିଛନ୍ତି । ସେମାନଙ୍କୁ ଲାଗୁଛି ଯେ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ) ସହ ପାକିସ୍ତାନ ସରକାରଙ୍କ କଥାବାର୍ତ୍ତା କାରଣରୁ ଆଗାମୀ ଦିନରେ ପେଟ୍ରୋଲ-ଡିଜିଟାଲର ଦାମ ବୃଦ୍ଧି ହୋଇପାରେ ।
ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ ଲୋକଙ୍କ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲକୁ ନେଇ ଅନେକ ଡର ରହିଛି । ଏହି ଡର କାରଣରୁ ଲୋକେ ପେଟ୍ରୋଲ ଏବଂ ଡିଜେଲ ପମ୍ପ ଆଗରେ ଧାଡି ଲମ୍ବାଇଛନ୍ତି । ବିଶେଷ କରି ଫୈସଲାବାଦ, ଗୁଞ୍ଜରାବାଲା, ସରଗୋଧା, ଖୁସାବ, ଗୋଜରା ଏବଂ ଚିଲ ସହିତ ଅନ୍ୟ ସହରରେ ଲୋକେ ପେଟ୍ରୋଲ ପମ୍ପ ଆଗରେ ଲମ୍ବାଧାଡି ଲଗାଇଛନ୍ତି । ସେମାନେ କେତେବେଳେ ସେମାନଙ୍କ ପାଳି ପଡିବ ତାକୁ ମଧ୍ୟ ଅପେକ୍ଷା କରିରହିଛନ୍ତି ।

You May Also Like

More From Author

+ There are no comments

Add yours