ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ବହୁ ଆଡମ୍ବରରେ ପାଳିତ

ଶବ୍ଦମିଡ଼ିଆ ବ୍ୟୁରୋ:ରାୟଗଡା ତା.୯/୦୨-ଆଜି କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ଦିବସ ମୂର୍ତ୍ତିକ ସଂରକ୍ଷଣ ଜଳ ବିଭାଜିକା କାର୍ଯ୍ଯାଳୟର ବୈଠକ ଗୃହରେ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି। ଆରମ୍ଭରେ ଦୀପ ପ୍ରଜ୍ୱଳନ କରି ବନ୍ଦେ ଉତ୍କଳ ଜନନୀ ଗାନ କରିବା ପରେ କାର୍ଯ୍ୟକ୍ରମ ହୋଇଥିଲା। ପ୍ରଥମେ କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସାନ୍ତୁନୁ କୁମାର ବିଶ୍ବାଳ ଅତିଥିଙ୍କୁ ସ୍ବାଗତ କରିବା ସହ ରାଜ୍ୟ ସରକାରଙ୍କ ଜନ ହିତକାରୀ ଯୋଜନା ପାଣି ପଞ୍ଚାୟତ ଗଣତାନ୍ତ୍ରିକ ପଦ୍ଧତିରେ ସଫଳ ରୂପାୟନ କରିବା ଆମର ଲକ୍ଷ୍ୟ । ଏହା ଜିଲ୍ଲାର ଚାଷୀଙ୍କୁ ଅନୁରୋଧ ଯେ ପ୍ରତି ଫସଲ ଋତୁ ରବି ଏବଂ ଖରିଫ ଫସଲ ଉପୁଜାଇବା ପ୍ରତି ଧ୍ୟାନଦେଇ ମୃତ୍ତିକା ଏବଂ କୃଷି ଜଳବାୟୁ ଅନୁକୂଳର ଏକ ଫସଲ ଖସଡା ପ୍ରସ୍ତୁତ କରିବା ଗୁରୁଦାୟିତ୍ୱ ଅଟେ। ବର୍ତ୍ତମାନ ଜିଲ୍ଲାର ନଦୀ ନାଳରୁ ଜଳ ସେଚନ କରିବା ପାଇଁ ଜିଲ୍ଲାରେ ୭ଟି ସ୍ଥାନରେ କାର୍ଯ୍ୟ ଚାଲୁଅଛି ଖୁବଶୀଘ୍ର ଏହି ଜଳ ଯୋଗାଣ ଚାଷୀଙ୍କୁ ଉପଲବ୍ଧ କରାଯିବ । ଜିଲ୍ଲାରେ ମୋଟ ୯୪ଟି ପାଣି ପଞ୍ଚାୟତ ରହିଥିବା ବେଳେ ୮୭ଟି କାର୍ଯ୍ୟକ୍ଷମ ରହିଛି । ଜିଲ୍ଲାରେ ଖରିଫ ଋତୁରେ ଆର୍ଥିକ ବର୍ଷ ୨୦୨୨-୨୩ରେ ୨୪ ହଜାର ୮ଶହ ୮୮ ହେକ୍ଟର ଜଳସେଚିତ ହେଉଥିବା ବେଳେ ରବି ଋତୁରେ ୪ହଜାର ୫ଶହ ୮୮ ହେକ୍ଟର ଜଳସେଚନ ହେଉଛି । ଆଗାମୀ ଦିନରେ ହେଉଥିବା ପ୍ରକଳ୍ପ ଗୁଡିକ ସମାପ୍ତ ହେଲେ ଜିଲ୍ଲାର ପୁଣି ୨ହଜାର ୧ଶହ ୯ ହେକ୍ଟର ଜମିକୁ ଜଳ ସେଚନ କରାଯିବ। ଜଳକୁ ସୁ ବିନିଯୋଗ କରିବା ସହ ଜଳ ଅପଚୟ କରିବା ନାହିଁ ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି । ସମ୍ମାନିତ ଅତିଥି ଜିଲ୍ଲା ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ପାଣି ସଂରକ୍ଷଣ, ପାଣିର ବ୍ଯବହାର, ପାଣି ଅପଚୟ ନକରିବା ଆମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଶ୍ବରେ ଜଳର ଅଭାବ ରହିଛି । ଯଦିଓ ଜଳର ସଠିକ ବ୍ୟବହାର ନ କରିବା ତେବେ ଦେଶ ମରୁଭୂମିରେ ପଣିରତ ହେବ ତେଣୁ ଆପଣ ହାତରେ ଆମ ଜୀବନ ବୋଲି କହିଥିଲେ । ସେହିପରି ଅଧିକ୍ଷକ ଯନ୍ତ୍ରୀ ଜଳସେଚନ ବିଭାଗ ହରଭଙ୍ଗି ରାଜୀବ କୁମାର ପଣ୍ଡିତ ଆମ ଦେଶ ଚାଷ ଉପରେ ନିର୍ଭର କରୁଛି । ସମସ୍ତ ଜିଲ୍ଲା ସ୍ତରରେ ଥିବା ଅଧିକାରୀମାନେ ଚାଷୀଙ୍କୁ ସଚେତନ କରନ୍ତୁ । ଚାଷୀ ସଚେତନ ହେଲେ ନିଶ୍ଚିତ ଆମ ଦେଶର ବିକାଶ ହେବ କହିଛନ୍ତି । ଭୂତଳ ମାଧ୍ୟମରେ ଜଳ ଯୋଗାଣ ବ୍ୟବସ୍ଥା କେବଳ ରାଜ୍ୟର ପାଞ୍ଚଟି ଜିଲ୍ଲାରେ କାର୍ଯ୍ୟକ୍ଷମ କରାଯାଉଅଛି । ସେ ମଧ୍ୟରେ ରାୟଗଡା ଅନ୍ଯତମ ଅଟେ । ଏହି ଜିଲ୍ଲାର ୭ଟି ପ୍ରକଳ୍ପ କାର୍ଯ୍ୟ ହେଉଛି । ଏହା ଖରିଫ ଅମଳରେ ବହୁତ କାର୍ଯ୍ୟ କରିବ । କେନାଳ ମାଧ୍ୟମରେ ଯେଉଁ ଜଳ ଯୋଗାଣ ହେଇଥିଲା ତାହା ନହୋଇ ଚାଷଜମିର ଚାରିଫୁଟ ଗଭୀର ମଧ୍ୟରେ ପାଇପ୍ ଦିଆଯାଇ ପ୍ରତି ଚେକଡ୍ଯାମ ମାଧ୍ୟମରେ ସଂଯୋଗ କରାଯିବ । ଯଦିଓ କିଛି ସ୍ଥାନରେ ଜଳ ଉପରକୁ ଉଠିବ ନାହିଁ ସେଠାରେ ଉଠା ଜଳସେଚନ ପରି ମଟର ସଂଯୋଗ କରାଯିବ । ଜିଲ୍ଲାର କରଞ୍ଜା ନାଳ, ଗଇଗୁଡା, ପୁଜାରୀଗୁଡା , ଭାତପୁର, ରେଲିକୁପା, ବୈରାଗୀ ହଲୁଆ ଏବଂ ଡେପାଗୁଡାରେ ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁଅଛି । ଏହି ପାଣି ପଞ୍ଚାୟତ ପକ୍ଷ ପାଳନ ପାଇଁ ବିଭିନ୍ନ ବିଦ୍ୟାଳୟରେ କୁଇଜ , ଚିତ୍ରାଅଙ୍କନ, ଭାଷଣ ଏବଂ ପ୍ରବନ୍ଧ ପ୍ରତିଯୋଗିତା କରାଯାଇଥିଲା । ସେମାନଙ୍କୁ ମାନପତ୍ର ସହ ଅର୍ଥ ରାଶି ମୂଖ୍ୟ ଅତିଥିଙ୍କ ଦ୍ବାରା ପ୍ରଦାନ କରାଯାଇଛି । ମୂଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଉପସ୍ଥିତ ହୋଇ କହିଛନ୍ତି ପଞ୍ଚାୟତ କହିଲେ କିଛି ଗ୍ରାମକୁ ନେଇ ଗଠିତ କରାଯାଇଥାଏ । ଠିକ ସେହିପରି ପାଣି ପଞ୍ଚାୟତ ମଧ୍ୟ କେତେକ ଗ୍ରାମର ଚାଷୀଙ୍କୁ ନେଇ ଗଠନ କରାଯାଇଛି । ଏହି ଭୁତଳ ମାଧ୍ୟମରେ ଜଳ ସେଚିତ କରାଯିବ ତାହା ନିଶ୍ଚିତ ଚାଷୀ ଉପଯୋଗୀ ହେବ । ଏହି କାର୍ଯ୍ୟକ୍ରମରେ ଚାଷୀଙ୍କୁ କହିବା ସୁଯୋଗ ଦିଆଯିବ ତାଙ୍କ ସମସ୍ୟା ଉପସ୍ଥାପନ କଲେ ଜିଲ୍ଲାର ଉନ୍ନତି ହେବ ବୋଲି ବକ୍ତବ୍ୟ ଦେଇଥିଲେ । ଏହା ସହ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାମଚନ୍ଦ୍ର ଦାଶ କହିଥିଲେ ଏକ ବିନ୍ଦୁ ଜଳ ଅତି ମୂଲ୍ୟବାନ ଅଟେ। ତେଣୁ ଜଳର ସୁ ପରିଚାଳନା ସହ ବିନିଯୋଗ କରିବା ଚାଷୀଙ୍କ ଦାୟିତ୍ୱ । ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ ସମ୍ପୂର୍ଣ୍ଣ କଲେ କୃଷିର ଉନ୍ନତି ହେବ। ଜଳ ବିଭାଜିକା ନିର୍ଦ୍ଦେଶକ ଦୟାନିଧି ବାଗ ମଧ୍ୟ ଉପସ୍ଥିତ ହୋଇ ଚାଷୀଙ୍କ ସୁରକ୍ଷା ଆମର ଦାୟିତ୍ୱ କହିବା ସହ ଚାଷୀଙ୍କ ଉପଯୋଗୀ କାର୍ଯ୍ୟ କରିବା ହିଁ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଡ଼ାକ୍ତର ହାଡିବନ୍ଦୁ ଭୋଇ, ଉଠା ଜଳସେଚନ ବିଭାଗର ବିନୋଦ ଚନ୍ଦ୍ର ଦାଶ, କୃଷି ବୈଜ୍ଞାନିକ ରାଜୀବ ଟୁଡୁ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପାଣି ପଞ୍ଚାୟତ ପ୍ରତିନିଧିମାନେ ପାଣି ଯୋଗାଣ ଏବଂ ଉତ୍ପାଦନ ଉପରେ କହିଥିବା ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ଏହାର ପ୍ରତିକାର ନିମନ୍ତେ ଅଧିକାରୀ ମାନଙ୍କୁ ସମାଧାନ କରିବା ନିମନ୍ତେ ସୂଚିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା ରାୟଗଡା ଉପ କ୍ଷୁଦ୍ର ଜଳସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀ ମନରଞ୍ଜନ ହାଂସଦା କରିଥିବା ବେଳେ ଓ ଜିଲ୍ଲାର ବିଭିନ୍ନ ପାଣି ପାଞ୍ଚାୟତର ସଭାପତି,ସମ୍ପାଦକଙ୍କ ସହ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ । କ୍ଷୁଦ୍ରଜଳସେଚନ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିବା ସହ ବିଭିନ୍ନ ଷ୍ଟୋଲ ମାଧ୍ୟମରେ ଚାଷୀଙ୍କୁ ବିଭିନ୍ନ ଲିପଲେଟ ମାଧ୍ୟମରେ ସଚେତନ କରାଯାଇଥିଲା।

You May Also Like

More From Author

+ There are no comments

Add yours