Wed. Oct 14th, 2026

ନବରଙ୍ଗପୁର: ଆଜି ଅମଲାଭବନ ଠାରେ ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ୱର ପକ୍ଷରୁ ମୋ ଉପକାରୀ ବଗିଚା କାର୍ଯ୍ୟକ୍ରମ ର ତାଲିମ ଓ ପନିପରିବା ମଞ୍ଜି ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଡ଼ଃ ଅଜିତ୍ କୁମାର ମିଶ୍ର ଯୋଗ ଦେଇଥିଲେ। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଜ୍ଞାନ କୌଶଳ ପ୍ରକଳ୍ପରେ ଦେଶର ୧୨ଟି ପ୍ରମୁଖ ଗବେଷଣା ସଂସ୍ଥାନ ନବରଙ୍ଗପୁର ଜିଲ୍ଲାର ବିକାଶରେ କାର୍ଯ୍ୟ କରୁଛନ୍ତି। ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ୱର ପକ୍ଷରୁ ଜିଲ୍ଲାର ୪୦ ଟି ଆବାସିକ ହାଇସ୍କୁଲ ରେ ପେଷଣ ବୃଦ୍ଧି ନିମନ୍ତେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କାର୍ଯ୍ୟକ୍ରମ ର ସଫଳ କରିବା ଦିଗରେ ଉଦ୍ୟମ ହେବା ଆବଶ୍ୟକ ବୋଲି କହିଥିଲେ । ଜିଲ୍ଲାରେ ଗର୍ଭବତୀ ମହିଳା ଓ ଛାତ୍ରୀ ମାନଙ୍କ ରକ୍ତହୀନତା ରହିଥିବାରୁ ଏଭଳି କାର୍ଯ୍ୟକ୍ରମ ବିଦ୍ୟାର୍ଥୀ ପାଇଁ ପୃଷ୍ଟିହୀନତା ଦୂର କରିବାରେ ସହାୟକ ହୋଇ ପାରିବ ବୋଲି ଡ଼ଃ ମିଶ୍ର ପ୍ରକାଶ କରିଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ପ୍ରଧାନ ଯୋଗଦେଇ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ରେ ଏହି କାର୍ଯ୍ୟକ୍ରମ ଅଧିକ ସଫଳ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ ।

ଜିଲ୍ଲା ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଡ଼ଃ ପ୍ରଦୋଷ କୁମାର ପଣ୍ଡା ମାଟି ଶୋଧନ, ଜୈବ ସାର ର ବ୍ୟବହାର ଏବଂ ପନିପରିବା ଗଛର ଜୈବିକ ଉପାୟରେ କୀଟ ଓ ରୋଗର ନିୟନ୍ତ୍ରଣ ସମ୍ପର୍କରେ ତାଲିମ ଦେଇଥିଲେ । ସହକାରୀ ଶିକ୍ଷକ ମନୋଜ କୁମାର ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରକଳ୍ପ ର କ୍ରିୟାନ୍ବୟନ କମିଟି ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି ଧନ୍ୟବାଦ ଜ୍ଞାପନ କରିଥିଲେ । ସମସ୍ତ ୪୦ ଟି ସ୍କୁଲ କୁ ପନିପରିବା ମଞ୍ଜି ବିତରଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *