ଭୁତତ୍ତ୍ୱ ବିଜ୍ଞାନରେ କ୍ୟାରିଅର ସୁଯୋଗ

ନବରଙ୍ଗପୁର: ବୈଜ୍ଞାନିକ ହେବାକୁ ହେଲେ ନିରନ୍ତର ଚେଷ୍ଟା, ଧୈର୍ଯ୍ୟ ଏବଂ ଜିଜ୍ଞାସା ରହିବା ଦରକାର ବୋଲି(ସି.ଏସ୍.ଆଇ.ଆର୍.ଆଇ.
ଏମ୍.ଏମ୍.ଟି) ର ମୁଖ୍ୟ ବୈଜ୍ଞାନିକ ତଥା ବିଶିଷ୍ଟ ଖଣିଜ ପଦାର୍ଥ ବୈଜ୍ଞାନିକ ଡଃ ସୁରେନ୍ଦ୍ର କୁମାର ବିଶ୍ବାଳ ମତ ପ୍ରକାଶ କରିଛନ୍ତି । ‘ମୁଁ ବି ସମର୍ଥ’ କାର୍ଯ୍ୟକ୍ରମ ର ଏକାଦଶ ଅଧ୍ୟାୟ ରେ ଯୋଗ ଦେଇ ଭୂତତ୍ତ୍ବ ବିଜ୍ଞାନ ରେ କ୍ୟାରିୟର ଗଠନ ର ବିଭିନ୍ନ ଦିଗ ସମ୍ପର୍କରେ ଉଲ୍ଲେଖ କରିଥିଲେ । ପୃଥିବୀ ରୁ ଖଣିଜ ସମ୍ପଦ ଧୀରେ ଧୀରେ ଶେଷ ହେଉଥିବାରୁ ନିମ୍ନ ଶ୍ରେଣୀର ଖଣିଜ ଦ୍ରବ୍ୟ ର ବିନିଯୋଗ ଦ୍ଵାରା ଅନେକ କର୍ମ ସଂସ୍ଥାନ ମିଳିପାରିବ ବୋଲି ଡ଼ଃ ବିଶ୍ବାଳ ମତ ପ୍ରକାଶ କରିଛନ୍ତି। ନାଗପୁର ସ୍ଥିତ ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ ର ସୁପରିଟେଣ୍ଡିଙ୍ଗ୍ ଅଫିସର ଡ଼ଃ ଦିଲିପ ରଞ୍ଜନ କାନୁନ୍ ଗୋ ଯୋଗ ଦେଇ ଅଧ୍ୟାପନା, ଶିଳ୍ପ ଏବଂ ସରକାରୀ ସ୍ତରରେ ଭୂତତ୍ତ୍ବ ବିଜ୍ଞାନ ର ଗୁରୁତ୍ୱ ସମ୍ପର୍କରେ ବୁଝାଇ ଥିଲେ । ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପରିବେଶ ବିଜ୍ଞାନ ଭଳି ବିଭିନ୍ନ ପାଠ୍ୟକ୍ରମ ରହିଥିବା ବେଳେ ବିଭିନ୍ନ ବିଶ୍ଵ ବିଦ୍ୟାଳୟ ରେ ଖଣିଜ ବିଜ୍ଞାନ ର ପାଠ୍ୟକ୍ରମ ରହିଛି। ସେହିଭଳି ସମୁଦ୍ର ବିଜ୍ଞାନ ଓ କୃଷି କ୍ଷେତ୍ର ରେ ମଧ୍ୟ ଭୂତତ୍ତ୍ବ ବିଜ୍ଞାନ ରେ ମଧ୍ୟ କର୍ମ ସଂସ୍ଥାନ ରହିଥିବା ଡ଼ଃ କାନୁନ୍ ଗୋ ମତବ୍ୟକ୍ତ କରିଛନ୍ତି । (ସି.ଏସ୍.ଆଇ.ଆର୍- ଆଇ.ଏମ୍.ଏମ୍.ଟି) ଭୁବନେଶ୍ୱର ର ମୁଖ୍ୟ ବୈଜ୍ଞାନିକ ଡି.ଏସ୍ ରାଓ ଯୋଗ ଦେଇ ଭୂତତ୍ତ୍ବ ବିଜ୍ଞାନ ରେ ରହିଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ, ଶିଳ୍ପ ଏବଂ ସରକାରୀ ଗବେଷଣା ପ୍ରତିଷ୍ଠାନ ରେ ରହିଥିବା ଗବେଷଣା ସମ୍ପର୍କରେ ଡ଼ଃ ରାଓ ବୁଝାଇଥିଲେ । କଲିକତା ସ୍ଥିତ ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ର ସୁପରିଟେନ୍ଡେଣ୍ଟ ଜିଓଲୋଜିଷ୍ଟ ଡ଼ଃ ରଶ୍ମି ରଞ୍ଜନ ମହାପାତ୍ର ଯୋଗ ଦେଇ ଛାତ୍ର ଓ ଛାତ୍ରୀ ମାନେ କ୍ୟାରିୟର ସମ୍ପର୍କ କାର୍ଯ୍ୟକ୍ରମ ରେ ସେମାନଙ୍କୁ ନିଶ୍ଚିତ ଭାବେ ଦିଗଦର୍ଶନ ଦେଇ ପାରିବା ସଙ୍ଗେ ସଙ୍ଗେ ଭୂତତ୍ତ୍ବ ବିଜ୍ଞାନ ର ଆବଶ୍ୟକତା ଏବଂ ଚାହିଦା ସମ୍ପର୍କରେ ଡ଼ଃ ମହାପାତ୍ର ମତବ୍ୟକ୍ତ କରିଥିଲେ ।’ମୁଁ ବି ସମର୍ଥ’ କାର୍ଯ୍ୟକ୍ରମ ର ସଂଯୋଜକ ଲକ୍ଷ୍ମୀ ନାରାୟଣ ବକ୍ସି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ।

You May Also Like

More From Author

+ There are no comments

Add yours