Wed. Oct 14th, 2026

ନବରଙ୍ଗପୁର: କେନ୍ଦ୍ରୀୟ ମଧୁର ଜଳ ଜୀବ ପାଳନ ସଂସ୍ଥାନ ଭୁବନେଶ୍ୱର ପକ୍ଷରୁ ନବରଙ୍ଗପୁର ପୋଲିସ ପଡିଆ ଠାରେ ନବରଙ୍ଗପୁର ମତ୍ସ୍ୟ ମହୋତ୍ସବ ଆସନ୍ତା ଡ଼ିସେମ୍ବର ୨ ତାରିଖ ରେ କରାଯିବ ବୋଲି ଜିଲ୍ଲାପାଳ ଡ଼ଃ ଅଜିତ୍ କୁମାର ମିଶ୍ର ଓ ସିଫା ର ବରିଷ୍ଠ ବୈଜ୍ଞାନିକ ଡଃ ନରେଶ କୁମାର ବାରିକ ସାମ୍ବାଦିକ ସମ୍ମିଳନୀ ପ୍ରକାଶ କରିଛନ୍ତି ।
ବୈଜ୍ଞାନିକ ଓ ପ୍ରଯୁକ୍ତି ବିଦ୍ୟା ବିନିଯୋଗ ରେ ନବରଙ୍ଗପୁର ଜିଲ୍ଲାର ଆର୍ଥିକ ଓ ସାମାଜିକ ଉନ୍ନତି ପ୍ରକଳ୍ପ ମାଧ୍ୟମରେ ଜିଲ୍ଲାରେ ମତ୍ସ୍ୟ ଚାଷ ର ସର୍ବାଙ୍ଗୀନ ଉନ୍ନତି ପ୍ରକଳ୍ପ ମାଧ୍ୟମରେ ଜିଲ୍ଲାରେ ମତ୍ସ୍ୟ ଚାଷ ର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ୨୦୧୮ ମସିହାରୁ ସିଫା କାର୍ଯ୍ୟ କରୁଛି । ଇତି ମଧ୍ୟରେ ତାରାଗାଁ,କଟାମାଳ, କପୁର, ଉମରକୋଟ ଓ ଚନ୍ଦାହାଣ୍ଡି ଠାରେ ୬ଟି ମାଛ କ୍ଳଷ୍ଟର୍ ହୋଇ ପାରିଛି । ଏହାଛଡା ବୈଜ୍ଞାନିକ ମାନର ଜାଆଁଳା ଉତ୍ପାଦନ ପାଇଁ ତାରାଗାଁ, ଉମରକୋଟ,କୁସମଯୋର,କଟାମାଳ ଓ କପୁର ଠାରେ ଜାଆଁଳା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କାର୍ଯ୍ୟକ୍ରମ ହାତକୁ ନିଆଯାଇ ଥିଲା ।କଟାମାଳ ବ୍ୟତୀତ ଅନ୍ୟ ୪ଟି ଜାଆଁଳା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କାର୍ଯ୍ୟକାରୀ ହେଉଛି । ଏଥିରୁ ରୋହୁ,ଭାକୁର,ମିରିକାଳି, ବିଲାତି ରୋହି ଓ ଅମୁରକାର୍ପ ପ୍ରଜାତିର ଜାଆଁଳା ଉତ୍ପାଦନ କରାଯାଇ ନବରଙ୍ଗପୁର ଜିଲ୍ଲାର ମାଛ ଚାଷ ରେ ବୈପ୍ଳବିକ
ପରିବର୍ତ୍ତନ ଦିଗରେ ପ୍ରୟାସ ଜାରି ରହିଛି। ଏହା ଛଡା ୨୦ ଏକର ଜାଗାର ଜଆଁଳ ଉତ୍ପାଦନ ପାଇଁ ପୋଖରୀ ମଧ୍ଯ ତିଆରି କରାଯାଇଛି। ପ୍ରାୟ ୪୦୦ ରୁ ଉର୍ଦ୍ଧ୍ବ ଚାଷୀକୁ ବୈଜ୍ଞାନିକ ପ୍ରଣାଳୀରେ ତାଲିମ ଦିଆଯାଇଥିବା। ମାଛ ଖାଦ୍ୟ ଉତ୍ପାଦନ କରିବା ପାଇଁ ତିନୋଟି ସ୍ବୟଂ ସହାୟକ ଦଳକୁ ଖାଦ୍ୟ ପ୍ରକିୟା କରଣ ମେସିନ ପ୍ରଦାନ କରାଯାଇଛି। ଏହା ଛଡା ଜିଅନ୍ତା ମାଛ ବିକ୍ରିପାଇଁ ଉଦ୍ୟମ ଆରମ୍ଭ କରାଯାଇଛି।
ସମସ୍ତ କାଯ୍ୟର୍କ୍ରମକୁ ନବରଙ୍ଗପୁର ମତ୍ସ୍ୟ ମହୋତ୍ସବ ମାଧ୍ୟମରେ ପ୍ରଦର୍ଶନ ସହ ଜିଅନ୍ତା ମାଛ ବିକ୍ରି ଓ ଉଦ୍ୟୋଗୀ ପ୍ରତିଷ୍ଠା ଦିଗରେ ମତ୍ସ୍ୟ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ଡଃ ଅଜିତ୍ କୁମାର ମିଶ୍ର ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ ସିଫା ର ଅନେକ ବୈଜ୍ଞାନିକ ଯୋଗଦେବା ସହ ମାଛ ଚାଷୀଙ୍କ ଜ୍ଞାନ ବୃଦ୍ଧି କରାଯିବା ସହ ମାଛ ମୁକ୍ତା ଚାଷ, ମାଟି ପାଣି ପରୀକ୍ଷା ନୂତନ ଆଗ୍ରହୀ ଚାଷୀ ଙ୍କ ପଞ୍ଜୀକରଣ ସହ ଜ୍ଞାନ କୈାଶଳ ପ୍ରଦାନ ଦିଗରେ ଏହି କାଯ୍ୟର୍କ୍ରମ ବିଶେଷ ସହାୟକ ହୋଇପାରିବ ସିଫାର ବୈଜ୍ଞାନିକ ନଗେଶ ବାରିକ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଉପଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ମତ୍ସ୍ୟ ଅଧିକାରୀ କୁଭଁର ମାରାଣ୍ଡି, ନବରଙ୍ଗପୁର ମୁନିସିପାଲଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୈାରଚନ୍ଦ୍ର ପଟ୍ଟନାୟକ, ବିଜ୍ଞାନ ଓ ପ୍ରଯୁକ୍ତି ପ୍ରକଳ୍ପ କ୍ରିୟାନ୍ବୟନ କମିଟି ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *