ଇ-ରୂପେ କାର୍ଡର ଶୁଭାରମ୍ଭ କଲେ ମୋଦୀ ଓ ଶେରିଙ୍ଗ୍

ନୂଆଦିଲ୍ଲୀ – ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ୍ ମିଳିତ ଭାବେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଇ- ରୂପେ କାର୍ଡର ଶୁଭାରମ୍ଭ କରିଛନ୍ତି । ତେବେ ଗତବର୍ଷ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀଙ୍କ ଭୁଟାନ୍ ଗସ୍ତ ସମୟରେ ଦୁଇ ନେତା ପ୍ରଥମ ପର୍ଯ୍ୟାୟର ଶୁଭାରମ୍ଭ କରିଥିଲେ । ଶ୍ରୀ ମୋଦି କହିଛନ୍ତି , କୋଭିଡ୍ -୧୯ ଭଳି ଜଟିଳ ସମୟରେ ଭାରତ ଭୁଟାନକୁ ସମ୍ପୂର୍ଣ୍ଣ ସହଯୋଗ କରୁଛି । ଭୁଟାନ୍‌ର ଆବଶ୍ୟକତାକୁ ଭାରତ ସର୍ବଦା ଅଗ୍ରାଧିକାର ଦେଇ ଆସିଥିବାର ଶ୍ରୀ ମୋଦୀ କହିଛନ୍ତି । ଏହାସହ ଦ୍ୱିତୀୟ ପର୍ଯ୍ୟାୟ ରୂପେ କାର୍ଡ ଶୁଭାରମ୍ଭ ହେବା ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଅଧିକ ଘନିଷ୍ଠ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ତେବେ ଇସ୍ର୍ରୋ ସହାୟତାରେ ଆସନ୍ତାବର୍ଷ ଭୁଟାନର ଉପଗ୍ରହ ମହାକାଶକୁ ପଠାଇବା କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବାରୁ ଶ୍ରୀ ମୋଦୀ ସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି , ଏଥିପାଇଁ ଭୁଟାନ୍‌ର ୪ ଜଣ ମହାକାଶ ବିଜ୍ଞାନୀ ଡିସେମ୍ବର ମାସରେ ଇସ୍ରୋ ଗସ୍ତ କରିବେ । ଏହାସହ ଭୁଟାନ୍ ପ୍ରଧାନମନ୍ତ୍ରୀ ଶ୍ରୀ ଶେରିଙ୍ଗ୍ କୋଭିଡ୍‌ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱର ପ୍ରଶଂସା କରିଛନ୍ତି । ଭାରତ କୋଭିଡ ଉପରେ ବିଜୟ ହାସଲ କରିବ ବୋଲି ସେ ଦୃଢ ମତ ପୋଷଣ କରିଛନ୍ତି । ସେ କହିଛନ୍ତି ,କୋଭିଡ୍ ପାଇଁ ଟିକା ବାହାର କରିବାରେ ଭାରତ ଅଗ୍ରଣୀ ଭୂମିକା ନେଉଥିବାରୁ ଏହା ସମସ୍ତଙ୍କ ମନରେ ଆଶା ସଞ୍ଚାର କରିଛି । ତେବେ ଟିକା ଉତ୍ପାଦିତ ହେବା ପରେ ଭୂଟାନ୍‌କୁ ଯୋଗାଇବାପାଇଁ ଶ୍ରୀ ମୋଦି ପ୍ରତିଶ୍ରୁତି ଦେଇଥିବାରୁ ସେଥିପାଇଁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Post Your View

You May Also Like

More From Author

+ There are no comments

Add yours