ଶୀତରେ ଥରିବ ଓଡ଼ିଶା

ଭୁବନେଶ୍ୱର: ଆସିଲା ଶୀତ ଋତୁ । ପ୍ରଭାବରେ ଏବେ ରାଜ୍ୟରେ ଶୀତ ଅନୁଭୂତ ହେଉଛି । ଗତ ଦୁଇ ଦିନ ହେବ ତାପମାତ୍ରା ବଢ଼ିବା ସହ ବିଶେଷ ଥଣ୍ଡା ନଥିଲା । କୋହଲା ପାଗ ଯୋଗୁଁ ଥଣ୍ଡା କମିଥିଲା । କିନ୍ତୁଏବେ ଆକାଶ ମେଘ ମୁକ୍ତ ହେବା ପରେ ଆଜିଠୁ ପୁଣି ବଢ଼ିବ ଶୀତ । ଥରିବ ଓଡିଶା । ଏନେଇ ସୂଚନା ଦେଇଛି ଆଂଚଳିକ ପାଣି ପାଗ ବିଭାଗ ।

ଏହା ସହ ଆଜି ରାତିରୁ ପୁଣି ଥରେ ତାପମାତ୍ରା କମିବା ସହ ଥଣ୍ଡା ଅନୁଭୂତ ହେବ । ଯଦିଓ ଏଥର ଡେରିରେ ଥଣ୍ଡା ହୋଇଛି, କିନ୍ତୁ ଆଗକୁ ପ୍ରବଳ ଥଣ୍ଡା ପଡିବ ବୋଲି ପାଣି ପାଗ ବିଭାଗ ସୂଚନା ଦେଇଛି । ଆଜି ରାତିରୁ ୩-୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା ଖସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଦୁଇ ଦିନ ହେବ ତାପମାତ୍ରା ବଢ଼ିବା କାରଣରୁ ଥଣ୍ଡା ପ୍ରକୋପ କମିଥିଲା । ଆଜିଠୁ ସାରା ରାଜ୍ୟରେ ଶୀତର ଲହରୀ ଖେଳିବ ବୋଲି ପାଣି ପାଗ ବିଭାଗ ଆକଳନ କରିଛି ।

You May Also Like

More From Author

+ There are no comments

Add yours