ଯୋଡା ଫ୍ଲାଇ ଓଭର ନିର୍ମାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର ଯୋଡା ସହରର ଫ୍ଲାଇ ଓଭର ନିର୍ମାଣର ଶୁଭାରମ୍ଭ କରିଛନ୍ତି । ଆଜି ଭୁବନେଶ୍ୱରଠାରେ କ୍ୟାବିନେଟ୍ ବୈଠକ ପରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ୨୦୬.୦୨ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ୪.୮୭୫ କି.ମି. ଦୈର୍ଘ୍ୟ ବିଶିଷ୍ଟ ଫ୍ଲାଇ ଓଭର ନିର୍ମାଣର ଶୁଭାରମ୍ଭ କରିଥିଲେ । ଯୋଡା ସହରର ଡିଏଭି ସ୍କୁଲ ନିକଟ ଜାତୀୟ ରାଜପଥ ଜଙ୍କସନ୍ଠ ରୁଯୋଡା-ବାମେବାରୀ ରାସ୍ତାରେ କମାରଯୋଡା ମେଡିକାଲ୍ ପର୍ଯ୍ୟନ୍ତ ଏହି ଫ୍ଲାଇ ଓଭର ନିର୍ମିତ ହେବ । ୧.୧ କି.ମି. ପର୍ଯ୍ୟନ୍ତ ଦୁଇ ଲେନ୍, ୧/୧୦୦ କି.ମିରୁ ୩/୮୭୫ କି.ମି. ପର୍ଯ୍ୟନ୍ତ ଫ୍ଲାଇଓଭରରେ ୩ ଲେନ୍ ବିଶିଷ୍ଟ ରାସ୍ତା ସହ ସର୍ଭିସ୍ ରୋଡ୍ ଏବଂ ୩/୮୭୫ କି.ମି.ଠାରୁ ୪/୮୭୫ କି.ମି. ପର୍ଯ୍ୟନ୍ତ ୪ ଲେନ୍ ବିଶିଷ୍ଟ ରାସ୍ତା ନିର୍ମିତ ହେବ । ସର୍ଭିସ୍ ରୋଡ୍, ଆପ୍ରୋଚ୍ ରୋଡ୍ ସହିତ ଫ୍ଲାଇ ଓଭରରେ ବୈଦୁତିକ ସୁବିଧା, ଜନସ୍ୱାସ୍ଥ୍ୟ ସୁବିଧା ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଉପଲବ୍ଧ ହେବ । ଓଡିଶା ବ୍ରିଜ୍ କନଷ୍ଟ୍ରକସନ କମ୍ପାନୀ ଲିଃ (ଓବିସିସିଏଲ୍) ଏହାର ନିର୍ମାଣ ଦାୟିତ୍ୱ ନେଇଛି ।


ଉକ୍ତ ଫ୍ଲାଇ ଓଭର ହେବା ଦ୍ୱାରା ଖଣିଜ ସଂପଦ ଭରା ଯୋଡା ଅଂଚଳରେ ଖଣି କାର୍ଯ୍ୟ ଜନିତ ହେଉଥିବା ଉତ୍କଟ ଟ୍ରାଫିକ୍ ସମସ୍ୟାରେ ସୁଧାର ଆସିପାରିବ । ଯୋଡା ଅଂଚଳରେ ଖଣି କାର୍ଯ୍ୟକଳାପ ଓ ପରିବହନ ଯୋଗୁଁ ହେଉଥିବା ଟ୍ରାଫିକ୍ ସମସ୍ୟା,ଧୂଳି, ଧୂଆଁ ଓ ପ୍ରଦୂଷଣ ନିୟନ୍ରଣ ହୋଇପାରିବ । ଉକ୍ତ ଫ୍ଲାଇ ଓଭର ହେବା ଫଳରେ ଖଣିଜ ପଦାର୍ଥବାହୀ ଭାରୀଯାନ ଚଳାଚଳ, ଆମ୍ବୁଲାନସ୍ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀବାହୀ ଗାଡି ଚଳାଚଳ କ୍ଷେତ୍ରରେ ସୁବିଧା ହୋଇପାରିବ । ଏତଦ୍ବ୍ୟତୀତ ପ୍ରଦୂଷଣ ନିୟନ୍ତ୍ରଣ, ପରିବେଶ ସୁରକ୍ଷା କ୍ଷେତ୍ରରେ ଏହି ପ୍ରକଳ୍ପ ସହାୟକ ହେବା ସହିତ ସାମାଜିକ ଜନଜୀବନର ଉନ୍ନତି କ୍ଷେତ୍ରରେ ସହାୟକ ହୋଇପାରିବ ।


ଯୋଡା ଓ ବଡବିଲର ଖଣି ଅଂଚଳ ତଥା ଆଖପାଖ ଅଂଚଳର ଅଧିବାସୀଙ୍କ ସମେତ ଜିଲ୍ଲାବାସୀ ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହୋଇପାରିବେ ।
ଅନୁରୂପ ଭାବେ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦରବାର ହଲ୍ଠାରେ ଉକ୍ତ ପ୍ରକଳ୍ପର ଶୁଭାରମ୍ଭ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରେମାନନ୍ଦ ନାୟକ, କେନ୍ଦୁଝର ଲୋକସଭା ସଦସ୍ୟା ଇଂ ଚନ୍ଦ୍ରାଣୀ ମୁର୍ମୁ, ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ, ଜିଲ୍ଲାପାଳ ଆଶିଷ ଠାକରେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ଡଃ ଉଦ୍ଧବ ଚନ୍ଦ୍ର ମାଝୀ ପ୍ରମୁଖ ଯୋଗ ଦେଇ ଯୋଡାଠାରେ ଫ୍ଲାଇ ଓଭର ନିର୍ମାଣର ଶୁଭାରମ୍ଭ ଏକ ଯୁଗାନ୍ତକାରୀ ଘଟଣା ବୋଲି କହିବା ସହିତ କେନ୍ଦୁଝର ଜିଲ୍ଲାରେ ଖଣି ଅଂଚଳର ଭିତିଭୂମି ବିକାଶରେ ଏହା ଉଲ୍ଲେଖନୀୟ ପଦକ୍ଷେପ ବୋଲି କହିଥିଲେ ଏବଂ ଏଥି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରିଥିଲେ ।

You May Also Like

More From Author

+ There are no comments

Add yours