Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗସ୍ତ ପୂର୍ବରୁ କାରକେଡ ରିହର୍ସାଲ କରିବ ପୁଲିସ। ସୁରକ୍ଷା ପାଇଁ ୪୦ ପ୍ଲାଟୁନ ପୁଲିସ ଫୋର୍ସ,୨ଶହରୁ ଅଧିକ ଅଫିସର, ସାଦା ପୋଷାକ ଧାରୀ ପୁଲିସ କର୍ମଚାରୀ ଏବଂ ରୁଫଟପ୍ ସୁରକ୍ଷା କର୍ମୀ ମୁତୟନ କରାଯିବ।

୧୦ ତାରିଖ ଦିନ ପ୍ରାୟ ୧୨ଟାରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ବିମାନ ବନ୍ଦରରୁ ସିଧାସଳଖ ଭୁବନେଶ୍ୱର ଉତ୍କଳ ମଣ୍ଡପରେ ହେବାକୁ ଥିବା ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେବେ। ପରେ ଅପରାହ୍ନ ୪ଟାରେ ରମାଦେବୀ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ପରଦିନ ଅର୍ଥାତ ୧୧ ତାରିଖରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବେ।

Leave a Reply

Your email address will not be published. Required fields are marked *