ଦୁର୍ଘଟଣା ରୋକିବା ପାଇଁ ଆକ୍ସନ ପ୍ଲାନ

ଶବ୍ଦ ଓଡିଶା ବ୍ୟୁରୋ: ସଡକ ଦୁର୍ଘଟଣାକୁ ରୋକିବା ପାଇଁ ସରକାର ନେଇଛନ୍ତି ନୂଆ ପଦକ୍ଷେପ । ତିଆରି ହୋଇଛି ଆକ୍ସନ ପ୍ଲାନ । ଯାନବାହାନର ବଢୁଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି । କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ ଏନେଇ ଚିନ୍ତା ପ୍ରକାଶ କରିଛି ।  ତେବେ କ’ଣ ଏହି ଆକ୍ସନ ପ୍ଲାନ ଯାହା ଦ୍ୱାରା ବଢୁଥିବା ରୋଡ ଆକ୍ସିଡେଂଟରେ ରୋକ ଲଗାଯାଇପାରିବ?

ସୂଚନା ଅନୁସାରେ ଏଥିରେ ଜଣେ ଜଣେ ସଡକ ସୁରକ୍ଷା ଅଧିକାରୀଙ୍କୁ ନିୟୋଜିତ କରାଯିବ । ଏଥିରେ ଯଦି କୌଣସି ଦୁର୍ଘଟଣା ହୁଏ ତେବେ ଏହି ଅଫିସରମାନେ ଉତରଦାୟୀ ରହିବେ ବୋଲି ଏହି ପ୍ଲାନରେ ଉଲ୍ଲେଖ ରହିଛି । ଦୁର୍ଘଟଣାସ୍ଥଳରେ ସଡକ ସୁରକ୍ଷା ଅଫିସରଙ୍କ ସହ ରିଜିଓନାଲ ଅଫିସର ମଧ୍ୟ ରହିବେ । ରୋଡ ଇଂଜିନିୟରମାନଙ୍କ ତ୍ରୁଟି ଉପରେ ନଜର ରଖିବା ସହ ଏନେଇ ମନ୍ତ୍ରାଳୟକୁ ରିପୋର୍ଟ କରିବେ । ପ୍ଲାନ ଅନୁସାରେ, ଦୁର୍ଘଟଣାର ୨୪ ଘଂଟା ଭିତରେ ମନ୍ତ୍ରାଳୟକୁ ରିପୋର୍ଟ ଦେବାକୁ ହେବ । ଏହି ଯୋଜନାକୁ ସଫଳ ରୂପେ କାର୍ଯ୍ୟକାରୀ କରିବା ପାଇଁ ଜାନୁଆରୀ ୩୧ ସୁଦ୍ଧା ଅଡିଟ ରିପୋର୍ଟ ଦାଖଲ କରିବାକୁ ହେବ । ଏହା ପରେ ମାସିକ ଆଧାରରେ ଏହି ରିପୋର୍ଟ ଜମା କରାଯିବ । ଏହା ସହ ସମସ୍ତ ହାଇୱେର ୩ ମାସ ମଧ୍ୟରେ ଥାର୍ଡ ପାର୍ଟି ତଥା ସ୍ୱତନ୍ତ୍ର ବିଶେଷଜ୍ଞଙ୍କ ଦ୍ୱାରା ରୋଡ ସେଫଟି ଅଡିଟ ରିପୋର୍ଟକୁ ଯାଂଚ କରାଯିବାର ନିର୍ଦ୍ଦେଶ ଦିଆଯାଇଛି ।

ଆକ୍ସନ ପ୍ଲାନ ଅନୁଯାୟୀ, ଜାତୀୟ ରାଜପଥର ଦୁର୍ଘଟଣା ଅଡିଟ୍ ଏବଂ ଅଧିକାରୀଙ୍କ ଦାୟିତ୍ ସ୍ଥିର କରିବା ଠାରୁ ସଡକ ନିରାପତ୍ତାରେ ଏକ ସକରାତ୍ମକ ପରିବର୍ତ୍ତନ ଆଶା କରାଯାଇପାରେ । କାରଣ ୩୧ ପ୍ରତିଶତ ଦୁର୍ଘଟଣାରେ ମୃତ୍ୟୁ ଘଟିଥାଏ। ମନ୍ତ୍ରଣାଳୟ ସ୍ୱୀକାର କରିଛି ଯେ ଜାତୀୟ ରାଜପଥରେ ସଡକ ସୁରକ୍ଷା ଏବଂ ଏହି ପରିବର୍ତ୍ତନରେ ବ୍ୟବସ୍ଥିତ ପରିବର୍ତ୍ତନ ଆବଶ୍ୟକ । ମାର୍ଚ୍ଚ ୩୧ ସୁଦ୍ଧା ଏକ ୱେବ୍ ଆଧାରିତ ପୋର୍ଟାଲ୍ ସୃଷ୍ଟି ହେବ, ଯାହା ମାଧ୍ୟମରେ ସଡକ ସୁରକ୍ଷା ଅଡିଟର ସମସ୍ତ କାର୍ୟ୍ୟକଳାପ ଉପରେ ନଜର ରଖାଯିବ – ସହାୟକ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ କିମ୍ବା କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ସ୍ତର କିମ୍ବା ଯେକୌଣସି ଅଧିକାରୀ ପ୍ରତ୍ୟେକ ଆଞ୍ଚଳିକ ଅଧିକାରୀ-ରୋଡ୍ ୱିଙ୍ଗ୍ ରୋଡ୍ ଅଧୀନରେ ସଡକ ସୁରକ୍ଷା ଅଧିକାରୀ ଭାବରେ ନିଯୁକ୍ତ ହେବେ ।

You May Also Like

More From Author

+ There are no comments

Add yours