Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ପୁଣି ଚର୍ଚ୍ଚାରେ ମୋଦୀ-ମମତା । ହେଲେ ବର୍ତମାନ ଏକଥାକୁ ଚର୍ଚ୍ଚାର ପରିସର ଭିତରକୁ ଆଣିଛନ୍ତି କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ । ଦେଶର ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଳି ସମସ୍ତଙ୍କୁ ଜଣା। ଏବେ କିନ୍ତୁ ଏହି ଦୁଇ ନେତାଙ୍କ ମଧ୍ୟରେ ଗୋଟିଏ ସହମତି ହୋଇଛି। ଯେଉଁଥିପାଇଁ ପଶ୍ଚିମବଙ୍ଗ ମମତା ବାନାର୍ଜୀ ମୋଦୀଙ୍କ ବିରୋଧରେ ଆଗ ଭଳି କିଛି କହୁନାହାନ୍ତି । ଏମିତିକି ମୋଦୀଙ୍କୁ ଟାର୍ଗେଟ କରିବାକୁ ଯାଇ ତାଙ୍କୁ ଟେନସେନ ଦେବାକୁ ଚାହୁଁନାହାନ୍ତି। ଏପରି କହିଛନ୍ତି ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ। ଆଗକୁ ବଜେଟ ଅଧିବେଶନ ରହିଛି ସେପଟେ ଅନେକ ମୋଦୀ ବିରୋଧୀ ଦଳ ଏକାଠି ହୋଇ ତୃତୀୟ ସାମ୍ମୁଖ୍ୟ ଗଢିବାକୁ ଚିନ୍ତା କରୁଛନ୍ତି। ଏପରି ସ୍ଥିତିରେ ଅଧୀର ଏଭଳି ଏକ ବୟାନ ଦେଇଛନ୍ତି।
ଅଧୀର କହିଛନ୍ତି, ମମତା ବାନାର୍ଜୀ କାହିଁକି ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରୁନାହାଁନ୍ତି ସେନେଇ କଂଗ୍ରେସ ଏକ ଉତ୍ତର ପାଇଛି। ଭାରତ ଯୋଡୋ ଯାତ୍ରୀଙ୍କ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ମୋ-ମୋ (ମୋଦୀ-ମୋମତା(ବେଙ୍ଗଲି ଭାଷାରେ) ମଧ୍ୟରେ ଏକ ମେଣ୍ଟ ହୋଇଛି। ମମତା ବାନାର୍ଜୀ କିଛି କହିବେ ନାହିଁ ଯାହା ନରେନ୍ଦ୍ର ମୋଦୀଙ୍କୁ ବିବ୍ରତ କରିଦେବ।

ଯେତେବେଳେ ନରେନ୍ଦ୍ର ମୋଦୀ କହୁଛନ୍ତି କଂଗ୍ରେସ ମୁକ୍ତ ଭାରତ। ସେତେବେଳେ ମମତା ବାନାର୍ଜୀ କଂଗ୍ରେସକୁ ବେଙ୍ଗଲରୁ ହଟାଇବାକୁ ନାରା ଦେଇଛନ୍ତି। ବିଭିନ୍ନ ଦଳର ନେତାମାନେ ଭାରତ ଯୋଡା ଯାତ୍ରାକୁ ସମର୍ଥନ କରୁଛନ୍ତି। ୨୦୨୪ ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀ ବିରୋଧୀ ଦଳର ନେତାମାନଙ୍କୁ ମଧ୍ୟ ଭେଟିଛନ୍ତି। ଅନେକ ନେତା ମଧ୍ୟ ରାହୁଲ ଗାନ୍ଧୀଙ୍କ ନାମ ପିଏମ୍ ପଦବୀ ପାଇଁ ଚର୍ଚ୍ଚା କରୁଛନ୍ତି। ହେଲେ ମମତାଙ୍କ ଉଦ୍ଦେଶ୍ୟ ମୋଦୀଙ୍କ ସହିତ ସମାନ ହୋଇଥିବାରୁ ସେ ଏବେ ମୋଦୀଙ୍କୁ କୌଣସି ବିବ୍ରତ କରିବା ଭଳି କହୁନାହାନ୍ତି ବୋଲି ଅଧୀର କହିଛନ୍ତି।

Leave a Reply

Your email address will not be published. Required fields are marked *