ସୁନା ଦୋକାନୀଙ୍କ ଉପରକୁ ଆକ୍ରମଣ

ପୂର୍ବ ଦିଲ୍ଲୀର ମାଣ୍ଡୱାଲୀରେ ଭିନ୍ନ ଧରଣର ଆକ୍ରମଣ । ଗ୍ରାହକ ଭାବେ ଦୋକାନରେ ଜଣେ ଦୁର୍ବୃର୍ତ୍ତ । କିଛି ସମୟ ପରେ ଆରମ୍ଭ କରିଥିଲେ ଆକ୍ରମଣ । ଅତି ନୃଶଂସ ଭାବେ ଦୋକାନୀକୁ ଟଙ୍କାା ମାଗିବା ସହ ରଡରେ ଆକ୍ରମଣ କରୁଛନ୍ତି । ସିସିଟିଭି ଫୁଟେଜରେ କଏଦ ହୋଇଥିଲା ଏହି ଦୃଶ୍ୟ । ସେମାନେ ପ୍ରଥମେ ଦୋକାନ ଭିତରେ ପଶି ଟଙ୍କା ମାଗିଲେ । ପ୍ରଥମେ ଦୋକାନୀଙ୍କୁ ଲାଗିଲା ସେମାନେ ତାଙ୍କ ସହ ଥଟ୍ଟା କରୁଛନ୍ତି । କିନ୍ତୁ ପରେ ସେମାନେ ଦୋକାନୀଙ୍କ ଉପରେ ଟଙ୍କା ନ ଦେଲେ ଆକ୍ରମଣ କରିବାକୁ କହିଲେ । ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ଦୋକାନୀ । ପରେ ଦିଲ୍ଲୀ ପୁଲିସ ଏକ ଅପରାଧୀମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।

You May Also Like

More From Author

+ There are no comments

Add yours