ଓସ୍କାର ସର୍ଟଲିଷ୍ଟରେ ‘ଦ କଶ୍ମୀର ଫାଇଲ୍ସ’ 

୨୦୨୨ର ସବୁ ଠାରୁ ଚର୍ଚ୍ଚିତ ଫିଲ୍ମ ଦ କଶ୍ମୀର ଫାଇଲ୍ସ । ଏବେ ଏହି ଚଳଚ୍ଚିତ୍ରକୁ ନେଇ ଆସିଛି ବଡ ଖବର । ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଏବେ ଓସ୍କାରରେ ଏଂଟ୍ରି କରିଛି । ଦ କଶ୍ମୀର ଫାଇଲ୍ସ ଫିଲ୍ମକୁ ଓସ୍କାର-୨୦୨୩ ପାଇଁ ସର୍ଟଲିଷ୍ଟ କରାଯାଇଛି । ଭାରତରୁ ଓସ୍କାର ପାଇଁ ଚୟନ ହୋଇଥିବା ୫ଟି ଫିଲ୍ମ ମଧ୍ୟରୁ ଏହା ଗୋଟିଏ । ସେ ପାଂଚଟି ଫିଲ୍ମ ହେଉଛି ଆରଆରଆର, ଗଙ୍ଗୁବାଇ, କାନ୍ତାରା, ଦ କଶ୍ମୀର ଫାଇଲ୍ସ, ଏବଂ ଚେଲୋ ସୋ । ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ନିଜେ ସୋଶାଲ ମିଡିଆରେ ଏହି ଗୁଡ୍ନ୍ୟୁଜ୍ ଶେୟାର କରିଛନ୍ତି । କେବଳ ସେତିକି ନୁହେଁ କଶ୍ମୀର ଫାଇଲ୍ସର ଲିଡ୍ ରୋଲରୋ ସାମିଲ ପଲ୍ଲଭି ଯୋଶୀ, ମିଥୁନ ଚକ୍ରବର୍ତୀ, ଦର୍ଶନ    କୁମାର ଓ ଅନୁପମ ଖେରଙ୍କୁ ଓସ୍କାରର ବେଷ୍ଟ ଆକ୍ଟର କ୍ୟାଟେଗୋରୀ ପାଇଁ ଶର୍ଟଲିଷ୍ଟ କରାଯାଇଛି । ନିର୍ଦ୍ଦେଶକଙ୍କ କହିବା ମୁତାବକ, ଏହା ତ କେବଳ ଆରମ୍ଭ ମାତ୍ର ଏବେ ଆହୁରି ଆଗକୁ ଯିବାର ଅଛି । ୨୦୨୨ ମାର୍ଚ୍ଚ ୧୧ରେ ଦ କଶ୍ମୀର ଫାଇଲ୍ସ ଫିଲ୍ମ ରିଲିଜ ହୋଇଥିଲା । ଏହା ଏକ ମଲ୍ଟିଷ୍ଟାରର୍ ମୁଭି । ଏହି ଫିଲ୍ôମଟିକୁ ଦର୍ଶକ ମାନେ ବେଶ୍ ପସନ୍ଦ କରିଥିଲେ । ଏଥିରେ ମିଥୁନ, ଅନୁପମ ଖେର, ଦର୍ଶନ କୁମାର, ପଲ୍ଲଭି ଯୋଶୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳି ଥିଲା । କଶ୍ମୀର ପଣ୍ଡିତଙ୍କ ଯନ୍ତ୍ରଣା ବଖାଣିଥିବା ଏହି ଫିଲ୍ମଟି ଯେତିକି ଚର୍ଚ୍ଚିତ ଥିଲା ସେତିକି ଏହାକୁ ନେଇ ବିବାଦ ମଧ୍ୟ ଉପୁଜି ଥିଲା । ଅନେକ ରାଜନେତା ମାନେ ମଧ୍ୟ ଏହି ଫିଲ୍ମକୁ ନେଇ ଟାର୍ଗେଟ୍ କରିଥିଲେ । ୧୯୯୦ରେ କଶ୍ମୀର ପଣ୍ଡିତଙ୍କ ସହ ହୋଇଥିବା ନରସଂହାର ଉପରେ ଏହି ଫିଲ୍ମଟି ଆଧାରିତ ଥିଲା । ଫିଲ୍ମଟି ରିଲିଜ ହେବା ପରେ ବକ୍ସ ଅଫିସରେ ଭଲ ବ୍ୟବସାୟ ମଧ୍ୟ କରିଥିଲା । କମ୍ ବଜେଟ୍ରେ ତିଆରି ଏହି ଫିଲ୍ମଟି ପୂରା ଭାରତରେ ୨୫୨ କୋଟି ଟଙ୍କା ଓ ବିଶ୍ୱବ୍ୟାପୀ ୩୪୧ କୋଟି ଟଙ୍କାର ବ୍ୟବସାୟ କରିଥିଲା ।

You May Also Like

More From Author

+ There are no comments

Add yours