ବାଣପୁର -ଆଜି ବାରବାଟୀ ଷ୍ଟାଡିୟମରେ ୩.୩୦ ମିନିଟରେ ଓଡିଶାର ମୂଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଉଦଘାଟନ କରିବେ ହକି ମହାକୁମ୍ଭର ସ୍ବାଗତ ସମ୍ବର୍ଦ୍ଧନା ସମାରୋହ। ଏହି ସମାରୋହକୁ ଭିଡିଓ କନଫରେନ୍ସି ଜରିଆାରେ ଦେଖିବା ପାଇଁ ରାଜ୍ୟର ସମସ୍ତ ବ୍ଲକର ପଂଚାୟତ ଅଫିସ ଓ ସମସ୍ତ ଏନ୍ ଏ ସି ତଥା ମୁନିସପାଲ ଦ୍ବାରା ସିଧା ପ୍ରସାରଣ ଦେଖିପାରିବେ।

ଏହି ସମାରୋହ ବାଣପୁର ବ୍ଲକ, ଏନ୍ ଏ ସିର ମିଳିତ ଉଦ୍ୟମ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ତତ୍ପର ବିଭାଗୀୟ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧି। ଆଜି ସକାଳେ ବିଶର ପାଟଣା ଛକ ଠାରୁ ମା’ଭଗବତୀ ମନ୍ଦିର ଦେଇ ବାଣପୁର ସହର ମଧ୍ୟରେ ଏକ ମାରାଥାନା ଦୌଡ କାର୍ଯ୍ୟକ୍ରମ ସମାପନା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବାଣପୁର ବ୍ଲକ ବିଡିଓ ଶ୍ରୀମତୀ ବୁଲ୍ ବୁଲ୍ ବେହେରା, ତହସିଲଦାର ଶ୍ରୀଯୁକ୍ତ କୁଞ୍ଜବିହାରୀ ବଡଜେନା, ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅବିନାଶ ମହାନ୍ତି ତଥା କାର୍ଯ୍ୟକ୍ରମକୁ ସାମୁହୀକ ଭାବେ ପରିଚାଳନା କରୁଥିବା ଏନ୍ ଏ ସି. ଅଧ୍ୟକ୍ଷ ଶ୍ରୀ ମିଟୁ ନାୟକ ସମସ୍ତ ପାରିଷଦ ଓ ଅଫିସ କର୍ମଚାରୀ , ବ୍ଲକ ଆଇ.ସି.ଡି.ଏସ., ଶିକ୍ଷା ମଣ୍ଡଳ ଅଧିକାରୀ, ବ୍ଲକ ମିଶନ ଶକ୍ତି, ଅଙ୍ଗନଓ୍ବାଡି ଓ ଆଶାକର୍ମୀ, ସ୍ବାସ୍ଥ୍ୟ ବିଭାଗ, ଭଗବତୀ ଏଣ୍ଡାଓମେଣ୍ଟର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବାଳକୃଷ୍ଣ ଦାସ, ଜିଲ୍ଲାପରିଷଦ ଖୋର୍ଦ୍ଧାର ଉପାଧ୍ୟକ୍ଷ ଶ୍ରୀ ଗୋପିନାଥ ମହାରଣା ତଥା ବାଣପୁରର ଅନ୍ୟାନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଦିନ ତମାମ ବିଭିନ୍ନ ବର୍ଗର ସ୍କୁଲ କଲେଜ ସ୍କାଉଟ, ଏନ୍ ସି ସି କ୍ୟାଡେଟ ଛୋଟପିଲା ଓ ସମସ୍ତ ସ୍ବୟଂ ସହାୟିକା ଗୋଷ୍ଠି,୧୫ବର୍ଷରୁ ଅଧିକ ଅବିଭା ହିତ ଝିଅ ମାନଙ୍କ ଦ୍ବାରା ଝୋଟି ଅଙ୍କନ କରାଇବା,ଦୌଡକୂଦ, ଗୀତ ,ସଂଗୀତ ଓ ଛୋଟ ଛୋଟ ସ୍କୁଲ ପିଲାଙ୍କ ନାଚ ଇତ୍ୟାଦି କାର୍ଯ୍ୟକ୍ରମ ଦିନ ତମାମ ଲାଗିରହିବ। ଖେଳ,କ୍ରୀଡାକୁ ପୂର୍ବତନ ଖେଳ ଶିକ୍ଷକ ଶ୍ରୀଯୁକ୍ତ ବୈରାଗି ଚରଣ ବଳ ଓ ଗ୍ରାମୀଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀ ବିଭୂଧେନ୍ଦୁ ମାନସିଂହ ପରିଚାଳନା କରିବେ ଓ ଏହାର ବିବରଣୀ ଶ୍ରୀ ବାଳକୃଷ୍ଣ ଦାସ ପ୍ରଦାନ କରିବେ।

ଏହି କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶ୍ରୀ ମିଟୁନାୟକ ଉପାଧ୍ୟକ୍ଷ ଶ୍ରୀ ଗୋପିନାଥ ମହାରଣାଙ୍କ ତଥା ସ୍ଥାନୀୟ ବି ଡିଓ, ଓ ତହସିଲଦାରଙ୍କ ତତ୍ବାବଧାନରେ ଉତ୍ସାହର ସହ ପଲଟଣ ପଡିଆରେ ଚାଲିବ। ଏଥିପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇ ପଲଟଣ ପଡିଆକୁ ସୁସଜ୍ଜିତ କରାଯାଇଛି। ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବିନ ପଟ୍ଟନାୟକଙ୍କ ଲୋକାଭିମୂଖି କାର୍ଯ୍ୟକ୍ରମ ସହ କ୍ରୀଡାରେ ଛୋଟ ପିଲାଙ୍କ ଠାରୁ ଆରମ୍ଭକରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଖେଳମାଧ୍ୟମରେ ପ୍ରତ୍ସାହନ କରିବାର ପ୍ରାୟସ ଜାରୀ ରଖିଛନ୍ତି ସେଥିପାଇଁ ବିଭିନ୍ନ ମାଧ୍ୟମରେ ଜନ ସାଧାରଣଙ୍କ ସହ ସାମିଲ ରହିବା ସହ ସହଯୋଗ ପ୍ରଦାନ କରୁଛନ୍ତି। ଏହା ଆମର ଜାତୀୟ କ୍ରୀଡା ତେଣୁ ଏହାକୁ ସରସ ସୁନ୍ଦର କରୀ ଓଡିଶାର ନାମକୁ ବିଶ୍ବରେ ପରିଚିତ କରିବାର ପ୍ରୟାସ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

