Thu. Oct 15th, 2026

ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ କଳା ମାଧ୍ୟମରେ ହକି ଉଦଘାଟନୀ ଉତ୍ସବର ବାର୍ତ୍ତା ଦେଇଛନ୍ତି । ୫ହଜାର ହକି ବଲକୁ ନେଇ ଏହି ବାଲୁକା କଳା ତିଆରି ହୋଇଛି । ଏହି ବାଲୁକା ଶିଳ୍ପରେ ହକି ଷ୍ଟିକ, ବିଶ୍ବକପ ଟ୍ରଫି, ହକି ବଲ, ବିର୍ସା ମୁଣ୍ତା ଷ୍ଟାଡ଼ିୟମକୁ ଦର୍ଶାଯାଇଛି । ବାଲୁକା ଶିଳ୍ପରେ ହକି ଷ୍ଟିକର ଲମ୍ବ ୧୦୫ ଫୁଟ୍‌ ରହିଥିବାବେଳେ ଉଚ୍ଚତା ୨୨ ଫୁଟ୍‌ ରହିଛି ।

ଏହା ସହ ହକି ବିଶ୍ବକପରେ ଭାଗ ନେଉଥିବା ସମସ୍ତ ଦେଶର ପତାକାକୁ ସ୍ଥାନିତ କରାଯାଇଛି । ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ବାରବାଟୀ ଷ୍ଟାଡିଅୟରେ ହେବାକୁ ଥିବାବେଳେ ହକିର ପ୍ରଚାର ଓ ପ୍ରସାର କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ୬୮ ଟନ୍‌ରୁ ଅଧିକ ବାଲିରେ ନିର୍ମାଣ ଏହି ବାଲୁକା କଳାରେ ରହିଛି ହକି ଷ୍ଟିକ ଯାହାର ଲମ୍ବ ୧୦୫ ଫୁଟ୍‌ ରହିଥିବାବେଳେ ଏହା ବିଶ୍ୱର ସବୁଠୁ ବଡ଼ ଓ ଲମ୍ବ ହକି ଷ୍ଟିକ ରହିଛି ।

ଏହାସହ ରହିଛି ବିର୍ସା ମୁଣ୍ତା ଷ୍ଟାଡ଼ିୟମ, ବିଶ୍ବକପ ଟ୍ରଫି ଓ ୫ହଜାର ‌ହକି ବଲକୁ ବ୍ୟବହାର କରାଯାଇ ଏହାକୁ ଅଧିକ ଆକର୍ଷିତ କରାଯାଇଛି । ଏବଂ ବିଶ୍ୱକପରେ ଭାଗ ନେଉଥିବା ସମସ୍ତ ଦେଶର ଜାତୀୟ ପତାକାକୁ ମଧ୍ୟ ଏହି ବାଲୁକା କଳାରେ ସ୍ଥାନିତ କରାଯାଇଛି । ଏହି ବାଲୁକା ଶିଳ୍ପର ଉଚ୍ଚତା ୨୨ ଫୁଟ୍‌ ରହିଥିବା‌‌ବେଳେ ଚଉଡ଼ା ୪୫ ଫୁଟ୍‌ ରହିଛି ।ଦୁଇଦିନ ଧରି ଏହି ବାଲୁକା କଳା କଟକ ଇନ୍‌ କଟକରେ ଏହାର ନିର୍ମାଣ ଆରମ୍ଭ ହୋଇଥିବ‌ାବେଳେ ୧୫ ଜଣ ଛାତ୍ର ଏହି ବାଲୁକା କଳାକୁ ନିର୍ମାଣ କରିଛନ୍ତି । ବାଲିଯାତ୍ରା ପଡ଼ିଆରେ ବିଶ୍ବର ସବୁଠୁ ବଡ଼ ହକି ଷ୍ଟିକ ତିଆରି କରିଛି । ଏହାକୁ ବିଭିନ୍ନ ରେକର୍ଡ଼ରେ ମାନଙ୍କରେ ସ୍ଥାନିତ କରାଯିବ । 

Leave a Reply

Your email address will not be published. Required fields are marked *